ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ୭୬% ଭୋଟ୍

19th Feb 2017

ଭୁବନେଶ୍ୱର : ଭୋଟ ଦେବାପାଇଁ ଭୋଟରଙ୍କ ଉତ୍ସାହ ବଢ଼ୁଛି  । ଯେତେ ପର୍ଯ୍ୟାୟ ନିର୍ବାଚନ ଆଗକୁ ବଢ଼ୁଛି, ଭୋଟ ମତଦାନ ହାର ସେତେ ଆଗକୁ ଗଡ଼ୁଛି  । ପ୍ରଥମ ପର୍ଯ୍ୟାୟରେ ମତଦାନ ହାର ୭୧ ପ୍ରତିଶତ ଥିଲାବେଳେ ଚତୁର୍ଥ ପର୍ଯ୍ୟାୟରେ ଏହି ହାର ପହଞ୍ଚôଛି ୭୬ ପ୍ରତିଶତରେ  ।  ଅବଶ୍ୟ ଭୋଟହାର ବଢ଼ିବା ପଛରେ ରବିବାର ଏକ କାରଣ କୁହାଯାଉଛି  । ତେବେ ଚତୁର୍ଥ ପର୍ଯ୍ୟାୟରେ ନୂଆକଥା ଦେଖିବାକୁ ମିଳିଥିଲା  । ଲାଲ୍ କରିଡ଼ରରେ ଭୋଟ ଦେବାକୁ ଭୋଟରଙ୍କ ମନରେ ଦେଖାଦେଇଥିଲା ନୂଆ ଉତ୍ସାହ  । ମାଓବାଦୀଙ୍କ ନାଲିଆଖିକୁ ସିଧାସଳଖ ବେଖାତିର କରି ବହୁ ସଂଖ୍ୟାରେ ଭୋଟର ମାଡ଼ିଆସିଥିଲେ ମତଦାନ କେନ୍ଦ୍ରକୁ  । ଆଉ ସାବ୍ୟସ୍ତ କରିଥିଲେ ସେମାନଙ୍କ ସାମ୍ବିଧାନିକ ଅଧିକାରକୁ  । ଏହା ଗଣତନ୍ତ୍ର ପ୍ରତି ଏକ ଶୁଭସଂକେତ କୁହାଯାଉଛି  । ତେବେ ୭୬ ପ୍ରତିଶତ ମତଦାନ ହାର ନିଶ୍ଚିତ ସବୁ ଦୃଷ୍ଟିକୋଣରୁ ଉତ୍ସାହଜନକ  । ମୋଟାମୋଟି କହିବାକୁ ଗଲେ କାଁ ଭାଁ ହାତଗଣତି ଗଣ୍ଡଗୋଳ, ହିଂସାକାଣ୍ଡକୁ ଛାଡ଼ିଦେଲେ ଚତୁର୍ଥ ପର୍ଯ୍ୟାୟ ଭୋଟ ଶାନ୍ତିପୂର୍ଣ୍ଣ ରହିଥିବା ରାଜ୍ୟ ନିର୍ବାଚନ କମିଶନ ରବିନାରାୟଣ ସେନାପତି ପ୍ରକାଶ କରିଛନ୍ତି  ।

ଚତୁର୍ଥ ପର୍ଯ୍ୟାୟରେ ୨୮ଟି ଜିଲାର ୬୨ ବ୍ଲକ୍ର ୧୬୧ ଜିଲାପରିଷଦ ଜୋନ୍ ପାଇଁ ଭୋଟ ଗ୍ରହଣ କରାଯାଇଥିଲା  । ୬୨ ବ୍ଲକ୍ର ୧୩୨୪ ଗ୍ରାମପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟଙ୍କ ପାଇଁ ଭୋଟ ଗ୍ରହଣ ହୋଇଥିବା ବେଳେ ୧୭୮୭୬ ୱାଡର଼୍ ପାଇଁ ଭୋଟ ଅନୁଷ୍ଠିତ ହୋଇଥିଲା  । ଏଥିରେ ୫୦୬୧୯୭୪ ଜଣ ଭୋଟର ମତଦାନ କରିଥିଲେ  । ନିର୍ବାଚନ ପାଇଁ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା  । 

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ ହାରାହାରି ୭୬ ପ୍ରତିଶତ ମତଦାତା ସେମାନଙ୍କ ମତଦାନ କରିଥିବା ବେଳେ ସୁବର୍ଣ୍ଣପୁର ଜିଲାରେ ଭୋଟହାର ସର୍ବାଧିକ ୮୭ ପ୍ରତିଶତ ରହିଛି  । ତେବେ ଗଞ୍ଜାମ ଜିଲାରେ ସର୍ବନିମ୍ନ ୬୫ ପ୍ରତିଶତ ମତଦାନ ହୋଇଛି  । ସେହିପରି ବାଲେଶ୍ୱରରେ ୮୦ ପ୍ରତିଶତ, ବରଗଡ଼ରେ ୭୬, କଳାହାଣ୍ଡିରେ ୮୩, କନ୍ଧମାଳରେ ୭୫, କେନ୍ଦ୍ରାପଡ଼ାରେ ୭୦, ଖୋର୍ଦ୍ଧାରେ ୬୮, କୋରାପୁଟରେ ୭୨, ମୟୁରଭଞ୍ଜରେ ୭୫, ସୁନ୍ଦରଗଡ଼ରେ ୭୧, ଅନୁଗୁଳ ୭୮, କେନ୍ଦୁଝର ୭୯, ଗଜପତି ୭୬, ବଲାଙ୍ଗିର ୭୧, କଟକ ୮୦, ପୁରୀ ୭୫, ଭଦ୍ରକ ୭୫, ରାୟଗଡ଼ା ୭୩, ନୟାଗଡ଼ ୭୬, ନୂଆପଡ଼ା ୭୭, ନବରଙ୍ଗପୁର ୭୩, ଯାଜପୁର ୭୬  ଓ ଜଗତସିଂହପୁର ଜିଲାରେ ୮୧ ପ୍ରତିଶତ ଭୋଟିଂ ହୋଇଛି  । 

ଭୋଟ ଗ୍ରହଣ ସମୟରେ ଅଳ୍ପ କିଛି ସ୍ଥାନରେ ସାମାନ୍ୟ ଗଣ୍ଡଗୋଳ ଓ ବିଶୃଙ୍ଖଳାକୁ ବାଦ୍ ଦେଲେ ମୋଟାମୋଟି ଭାବରେ ସୁରୁଖୁରୁରେ ଭୋଟ ଗ୍ରହଣ କାର୍ଯ୍ୟ ଶେଷ ହୋଇଥିଲା  । କିଛି ଭୋଟ ଗ୍ରହଣ କେନ୍ଦ୍ରରେ ବାଲାଟ୍ ପେପର ଜନିତ ତ୍ରୁଟି ପାଇଁ ନିର୍ବାଚନରେ ଅସୁବିଧା ସୃଷ୍ଟି ହେବା ଫଳରେ ଭୋଟ ଗ୍ରହଣ ବାଧାପ୍ରାପ୍ତ ହୋଇଛି  । ଏ ସମ୍ପର୍କରେ ସମ୍ପୃକ୍ତ ଜିଲାପାଳଙ୍କଠାରୁ ବିସ୍ତୃତ ରିପୋର୍ଟ ପାଇବା ପରେ ରାଜ୍ୟ ନିର୍ବାଚନ କମିଶନ ସେ ବିଷୟରେ ଅନୁଧ୍ୟାନ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ  ।


Tags:
4th phase election in odisha /