ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ଗୋଷ୍ଠୀ ସଂଘର୍ଷ ମାମଲାରେ ୫ ଗିରଫ

19th Feb 2017

ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ  ଘସିପୁରା ଥାନା ଅନ୍ତର୍ଗତ ସାମୁକାନେଣ୍ଡୀ ଗ୍ରାମରେ ନିର୍ବାଚନକୁ କେନ୍ଦ୍ର କରି ଶାସକ ଓ ସ୍ୱାଧୀନ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା । ଏହି ସଂଘର୍ଷରେ ଉଭୟ ପକ୍ଷରୁ ଚିନ୍ତାମଣି ବାରିକ ଓ ଚେମତା ଦଣ୍ଡପାଟ ଦୁଇ ଜଣ ଗୁରୁତର ଆହାତ ହୋଇ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ । ତେବେ ଏହି ଘଟଣାକୁ ଗୋଟିଏ ପକ୍ଷର ବିଜୟ କୁମାର ନାୟକଙ୍କ ଅଭିଯୋଗ ଆଧାର କରି ଘସିପୁରା ପୁଲିସ୍‍ କେସ୍‍ ନଂ ୫୨/୧୭ରେ ଏକ ମାମଲା ରୁଜୁ କରିଥିବାବେଳେ ଅନ୍ୟପକ୍ଷର ସାବିତ୍ରୀ ଦଣ୍ଡପାଟଙ୍କ ଅଭିଯୋଗକୁ ଭିତ୍ତି କରି କେସ୍‍ ନଂ ୫୩/୧୭ରେ ଏକ ମାମଲା ରୁଜୁ କରି ଥାନା ଏସଆଇ ନିଳକଣ୍ଠ ବେହେରା ଘଟଣାର ତଦନ୍ତ କରିଥିଲେ । ତେବେ ୫୨ ନଂ କେସ୍ରେ ଗ୍ରାମର କାଳିଆ ଦଣ୍ଡପାଟ(୩୨) ଓ ବୃନ୍ଦାବନ ଦଣ୍ଡପାଟ(୩୬)କୁ ଏବଂ ୫୩ ନଂ କେସ୍ ରେ ବିଜୟ କୁମାର ନାୟକ(୩୫), ଶୁକଦେବ ନାୟକ(୩୫) ଓ ସୁବାଷ ନାୟକ(୩୨)କୁ ପୁଲିସ ଗିରଫ କରି ଧାରା ୧୪୭, ୧୪୮, ୩୨୩, ୨୯୪, ୫୦୬, ୩୦୭ ଓ ୧୪୯ରେ କୋର୍ଟ ·ଲାଣ କରିଥିବା ଜଣାପଡ଼ିଛି  ।


Tags:
5 ARRESTED /