ବାରିପଦା: ପୂର୍ବ ତିନି ପର୍ଯ୍ୟାୟ ଭଳି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ମଧ୍ୟ ବିଜେପି ମୟୂରଭଞ୍ଜ ଜିଲା ପରିଷଦର ସବୁତକ ଆସନକୁ ଅକ୍ତିଆର କରିବ ବୋଲି ପ୍ରାରମ୍ଭିକ ଗଣନା ଧାରାରୁ ସୂଚନା ମିଳୁଛି । ରବିବାର ମତଦାନ ହୋଇଥିବା ସମସ୍ତ ୧୦ଟି ଜୋନରେ ବିଜେପି ଆସନକୁ ଅକ୍ତିଆର କରିବ ବୋଲି ପ୍ରାରମ୍ଭିକ ଗଣନା ଧାରାରୁ ସୂଚନା ମିଳୁଛି । ରବିବାର ମତଦାନ ହୋଇଥିବା ସମସ୍ତ ୧୦ଟି ଜୋନରେ ବିଜେପିର ପ୍ରାର୍ଥୀ ଆଗୁଆ ରହିଥିବା ଜଣାପଡ଼ିଛି । ଲଗାତାର ୪ଟି ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ସବୁ ଆସନରୁ ବିଜୟୀ ହେଉଥିବା ଘଟଣା ରାଜନୈତିକ ସମୀକ୍ଷକଙ୍କୁ ବିସ୍ମିତ କରିଛି । ରାଜଞର ସବୁଠାରୁ ପ୍ରଭାବଶାଳୀ ଦଳଭାବେ ପରିଗଣିତ ହେଉଥିବା ବିଜେଡି ଉତ୍ତର ଓଡ଼ିଶାର ସର୍ବବୃହତ ଜିଲାରୁ ଭୂଳପୋଛ ହୋଇଯିବା ନିଶ୍ଚିତଭାବେ ଆଶ୍ଚର୍ଯ୍ୟର ବିଷୟ । ଏଠାରେ ବିଜେଡିର ସଙ୍ଗଠନ ଦୁର୍ବଳ ବୋଲି ପ୍ରମାଣିତ ହୋଇଯାଇଛି । ବିକେଟରେ ବିଜେଡିରେ ଯୋଗଦେଇଥିବା ଅଭିନେତା ଉତ୍ତମ ମହାନ୍ତି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପରେ ମୟୁରଭଞ୍ଜ ଜିଲା ସଙ୍ଗଠନରେ ସମସ୍ୟା ରହିଛି ବୋଲି ମତ ଦେଇଥିଲେ । ବର୍ତ୍ତମାନ ଫଳାଫଳ ତାହା ହିଁ ପ୍ରମାଣିତ କରୁଛି ।