ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ନଈକୁ ଭୋଟ ବାକ୍ସ ଫିଙ୍ଗି ଦେଲେ ବିଜେଡି କର୍ମୀ

19th Feb 2017

ଯାଜପୁର:  ଯାଜପୁର ଜିଲାର ବରୀ ବ୍ଲକ ଅନ୍ତର୍ଗତ ଗମୋ ପଞ୍ଚାୟତରେ ରବିବାର ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ ଏକ ଅଭାବନୀୟ ଘଟଣା ଘଟିଛି । ପ୍ରାପ୍ତ ସୂଚନା ଅନୁସାରେ ଶାସକ ବିଜେଡିର କେତେଜଣ କର୍ମୀ ୯ ଓ ୧୦ ନଂ ବୁଥ୍ରୁ ବଳପୂର୍ବକ ଭୋଟବାକ୍ସ ଉଠାଇ ନେଇ ନିକଟସ୍ଥ ନଦୀରେ ଫିଙ୍ଗି ଦେଇଛନ୍ତି । ଜିଲା ସଦରମହକୁମା ଠାରୁ ପ୍ରାୟ ୫୦ କିମି ଦୂରରେ ଏହି ଘଟଣା ଘଟିଛି । ଏନେଇ ପୁଲିସ ଓ ପ୍ରଶାସନ କି ପଦକ୍ଷେପ ନେଇଛନ୍ତି ତାହା ଏଯାଏଁ ଜଣାପଡ଼ିନାହିଁ ।


Tags:
vote box /