ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ଯାଜପୁରରେ ଖାତା ଖୋଲିଲା ବିଜେପି

18th Feb 2017

ଯାଜପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ରାଜ୍ୟରେ ବିଜେପି ଏକ ପ୍ରକାର ହୁହୁ ବଢୁଥିଲେ ହେଁ ଯାଜପୁରରେ କିିନ୍ତୁ ବିଜେଡ଼ି ଗଡ଼ ସମ୍ଭାଳିବାରେ ସକ୍ଷମ ହୋଇଥିଲା । କିନ୍ତୁ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ବିଜେଡ଼ିକୁ ଚକମା ଦେଇ ବିଜେପି ଖାତା ଖୋଲିବାରେ ସକ୍ଷମ ହୋଇଛି । ଆଜି ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଯାଜପୁର ଜିଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ୪ଟି ଜୋନ ଏବଂ ବିଞ୍ଝାରପୁର ବ୍ଲକର ୪ଟି ଜୋନ୍ରେ ଭୋଟ ଗ୍ରହଣ ହୋଇଥିଲା । ଆଉ ଅନୁଷ୍ଠିତ ନିର୍ବାଚନରେ ଦଶରଥପୁର ବ୍ଲକର ୭ନଂ ଜୋନକୁ ବିଜେପି ଖାତାକୁ ଯାଇଥିବା ନେଇ ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି ।

ଏହିବ୍ଲକର ୪, ୫ ନଂ ଜୋନରୁ ବିଜେଡ଼ି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ବିଞ୍ଝାରପୁର ବ୍ଲକର ୪ଟି ଜୋନରୁ ବିଜେଡ଼ି ପ୍ରାର୍ଥୀ ବିଜୟୀ ହୋଇଥିବା ନେଇ ଆଲୋଚନା ହେଉଛି । ତେବେ ବିଜେଡ଼ି ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ୨୫,୨୬, ୨୭ ଏବଂ ୨୮ନଂ ଜୋନ ମଧ୍ୟରୁ ୨୫ନଂ ଜୋନରୁ ପ୍ରକୃତ ପକ୍ଷେ କିଏ ଜିତିଛି ତାହା ସ୍ପଷ୍ଟ ହୋଇପାରିନି  । ଏଠାରୁ ବିଜେପି ପ୍ରାର୍ଥୀ ତାପସ ମହାପାତ୍ରଙ୍କ ବିିଜୟ ହୋଇଥିବା ନେଇ ତାଙ୍କ ସମର୍ଥକ କହୁଥିବା ବେଳେ ବିଜେଡ଼ିର ଶୁଶାନ୍ତ ମିଶ୍ର ୫ଶହରୁ ହଜାରେ ଭୋଟରେ ବିଜୟୀ ହୋଇଥିବା ନେଇ ତାଙ୍କ ସମର୍ଥକ କହିବୁଲୁଛନ୍ତି  । ଏହି ଜୋନରୁ କିଏ ଜିତିଛି ବା ହାରିଛି, ତାହା ସରକାରୀ ଘୋଷଣା ପରେ ହିଁ ସ୍ପଷ୍ଟ ହେବ । ସେହିପରି ଦଶରଥପୁର ବ୍ଲକର ୪ଟି ଜୋନରେ ୨ଟିରେ ବିଜେଡ଼ି ବାଜିମାତ୍ କରିଥିବା ବେଳେ ୋଟାକରେ ବିଜେପି ବିଜୟୀ ହୋଇଛି । ତେବେ ଏହି ବ୍ଲକର ୬ନଂ ଜୋନରେ ବିଜେପି ପ୍ରାର୍ଥୀ ମମତା କୁଅଁର ବିଜୟୀ ହୋଇଥିବା ବେଳେ କୁହାଯାଉଥିବା ବେଳେ ବିିଜେଡ଼ି ପ୍ର୍ରାର୍ଥୀ ରଂଜିତା ରାଉତଙ୍କ ବିଜୟ ହୋଇଥିବା ନେଇ କୁହାଯାଉଛି  । ଏଣୁ କହିବାକୁ ଏହି ଅସମର୍ଥିତ ସୂତ୍ର କାହାର ବିଜୟ ହୋଇଛି ତାହାଏକ ପ୍ରକାର ସସପେନ୍ସରେ ରହିଛି । ତେବେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଯାଜପୁର ଜିଲାରେ ବିଜେଡ଼ି ତାର ଦବଦବା ବଜାୟ ରଖିଥିବା ବେଳେ ତୃତୀୟ ପର୍ଯ୍ୟାୟରେ ବିଜେପି ଖାତା ଖୋଲିବା ଏବଂ ତାହା ପୁଣି ଶକ୍ତିମନ୍ତ୍ରୀ ଏବଂ ରାଜ୍ୟ ବିଜେଡ଼ି ମହିଳା ସଭାନେତ୍ରୀଙ୍କ ନିର୍ବାଚନର ହେବା ଘଟଣାକୁ ନେଇ ରାଜନୈତକ ମହଲରେ ବ୍ୟାପକ ଆଲୋଚନା ହେବାରେ ଲାଗିଛି । ନର୍ବାଚନ ପ୍ରାରମ୍ଭରୁ ଦଶରଥପୁର ବ୍ଲକ ଉପରେ ବିଜେପି ପ୍ରଭାବ ବିସ୍ଥାର କରିଥିଲା । ଏଠାକାର ନେତା ଗୈାତମ ରାୟ  ପୁରା ଦଶରଥପୁର ବ୍ଲକର ୪ଟି ଜୋନ ଉପରେ ପ୍ରଭାବୀ ପ୍ରଚାର କରି ବିଜେପି ପ୍ରାର୍ଥୀଙ୍କ ବିଜୟ ପାଇଁ ଲାଗିପଡ଼ିଥିଲେ । ଗୈାତମଙ୍କ ତୋଫାନୀ ଗସ୍ତ ଏବଂ ବିଜେପି ପ୍ରତି ବଢୁଥିବା ସମର୍ଥନ ଯୋଗୁ ଏହି ଦଳ ବ୍ଲକରୁ ଅନ୍ତପକ୍ଷେ ୨ଟି ଜୋନ ଅକ୍ତିଆର କରିବ ବୋଲି କୁହାଯାଉଥିଲା । କିନ୍ତୁ ଶକ୍ତିମନ୍ତ୍ରୀ ବା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ରାଜ୍ୟ ମହିଳା ବିଜେଡ଼ି ସଭାନେତ୍ରୀ ତଥା ବିଞ୍ଝାରପୁର ବିଧାୟୀକା ପ୍ରମିଳା ମଲିକ୍ ବିଜେପିକୁ ବିଜୟ ସ୍ୱାଦ ଚଖାଇ ନଦେବାକୁ ପ୍ରାଣମୂର୍ଚ୍ଚା ଲାଗିପଡ଼ିଥିଲେ । ମିଳିତ ଭାବେ ୭ନଂଜୋନରେ ବ୍ୟାପକ ପ୍ରଚାର କରି ଭୋଟରଙ୍କୁ ଆକୃଷ୍ଠ କରିବାକୁ ଲାଗିପଡ଼ିଥିଲେ । ହେଲେ ଆଜି ନିର୍ବାଚନରେ ସ୍ପଷ୍ଟ ହୋଇଥିବା ୪, ୫ ନଂ ଜେନାରେ ବିଜେଡ଼ି ପ୍ରାର୍ଥୀ ମଞ୍ଜୁଲତା ବେହେରା ଓ ସରୋଜ ମହାପାତ୍ରଙ୍କ ବିଜୟ ହୋଇଥିବା ବେଳେ ୬ନଂ ଜୋନରୁ ବିଜେଡ଼ିର ରଂଜିତା ରାଉତ୍ ବିଜୟୀ ହୋଇଥିବା ନେଇ ଉକ୍ତ ଦଳ ପକ୍ଷରୁ କୁହାଯଉଛି । କିନ୍ତୁ ଏହି ଜୋନରୁ  ବିଜେପି ମମତା କୁଅଁର ବିଜୟୀ ହୋଇଥିବା ଏହି ଦଳ ପକ୍ଷରୁ କୁହାଯାଉଛି ।  କେବଳ ୭ନଂ ଜୋନରୁ ମାମିନା ମଲିକ୍ ବିଜୟୀ ହୋଇଥିବା ନେଇ ସ୍ପଷ୍ଟ ଖବର ମିଳୁଛି । ସେହିପରି ବିଞ୍ଝାରପୁର ବ୍ଲକ ମଧ୍ୟରେ ଥିବା ୨୫, ୨୬, ୨୭ ଓ ୨୮ ନମ୍ବର ଜିଲ୍ଲା ପରିଷଦ ଜୋନ୍ରୁ  ବିଜେଡି ପ୍ରାର୍ଥୀ ଯଥାକ୍ରମେ ସୁଶାନ୍ତ କୁମାର ମିଶ୍ର, ସୁଜାତା ମଲିକ, ମଙ୍ଗୁଳି ମଲିକ ଓ ସୁଷମା ସେଠୀ ପ୍ରମୁଖ ବିଜୟୀ ହୋଇଥିବା କୁହାଯାଉଛି । ତେବେ ୨୫ନଂ ଜୋନାରୁ ତାପସ ମହାପାତ୍ର  ବିଜୟୀ ହୋଇଥିବା ନେଇ ୁକ୍ତଦଳର ଦାବି କରିଛି । ଏଭଳି ଦାବି ପଛରେ ବାଲାଟ ରହୁଥିବା ଷ୍ଟ୍ରଙ୍ଗରୁମ୍ରେ ପସି ହେରା ଫେରି କରିବାର ସମ୍ଭାବନା ରହୁଥିବା ନେଇ ଆଶଙ୍କା ପ୍ରକାଶ ପାଇବାରେ ଲାଗିଛି । ତେବେ ସେ ଯାହା ହେଉନା କାହିଁକି ବିଜେପି ଯେ ବିଜେଡ଼ ଗଡ଼ ଯାଜପୁରରେ ପ୍ରବେଶ କରିବାରେ ସମର୍ଥ ହୋଇଛି, ତାହାକୁ ଉକ୍ତ ଦଳ ବିଶ୍ୱାସ କରିବା ଦରକାର । ବିଜେପିକୁ କୈାଣସି ମତେ ଖାତା ଖୋଲାଇ ଦେବା ମତଲବରେ ନଥିବା ଶକ୍ତିମନ୍ତ୍ରୀଙ୍କ ଶକ୍ତି ଯେ ଓ ପ୍ରମିଳାଙ୍କ ପରାକ୍ରମ ହ୍ରାସ ପାଇଛି, ତାହା ବୁଝିବାକୁ ହେବ । ଏଇଥିପାଇଁକି ଉଭୟ ବିଜେଡ଼ି ନେତା-ନେତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ରହିଥିବା ୭ନଂ ଜୋନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିବାରୁ । ଯାଜପୁରରେ ବିଜେପି ଖାନା ଖୋଲିବା ବିଜେଡ଼ି ପାଇଁ ଏକ ଆହ୍ୱାନ ହୋଇଥିବା ବେଳେ ଗଡ଼ ଜଗିବାରେ ଏହି ଦୁଇ ପ୍ରଭାବଶାଳୀ ନେତା ଗୌତମଙ୍କ ଆଗରେ ପୁରାପୁରି ଫେଲ୍ ମାରିଛନ୍ତି  ।


Tags:
bjp /