ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ଶବ କାହାର ନେଇ ୨ ଥାନା ମଧ୍ୟରେ ଟଣାଓଟରା

18th Feb 2017

ପୁରୀ: ପୁରୀ ଜିଲା ଭୁଦାନ ଠାରେ ଆଜି ସକାଳେ ଜଣେ ଅଜଣା ଯୁବକଙ୍କ ମୃତଦେହ ମିଳିଛି । ଯୁବକ ଜଣକ ବେକରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ତେବେ ଏହି ଘଟଣାର ତଦନ୍ତ କେଉଁ ଥାନା କରିବ ସେ ନେଇ ୨ ଥାନା ମଧ୍ୟରେ ଟଣାଟଣି  ଲାଗିଥିବାବେଳେ ଦୀର୍ଘ ସମୟ ହେଲା ଶବ ସେଠାରେ ପଡ଼ି ରହିଛି । ପ୍ରକାଶ ଯେ, ଏହି ଶବ ଯେଉଁ ଅଞ୍ଚଳରେ ପଡ଼ିଛି ତାହା ମେରାଇନ ଥାନା ଅଧିନରେ ଆସୁଛି ବୋଲି ସଦର ଥାନା ପକ୍ଷରୁ କୁହାଯାଉଥିବାବେଳେ ମେରାଇନ ଥାନା କହୁଛି ଯେ, ।ବ ଯେଉଁଠି ପଡ଼ିଛି ତାହା ମେରାଇନ ଥାନା ଅଧୀନରେ ଆସୁନାହିଁ । ଏହା ସଦର ଥାନା ଅଞ୍ଚଳର । ତେବେ ଦୁଇ ଥାନା ମଧ୍ୟରେ ଏହିପରି ଟଣାଓଟରା ଚାଲିଥିବାବେଳେ ଶବ ଉଠୁନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ।


Tags:
dispute regarding area of police station /