ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ବିଜେଡ଼ି ପରାସ୍ତର କାରଣ ଜନଅସନ୍ତୋଷ: ଧର୍ମେନ୍ଦ୍ର

17th Feb 2017

ଭୁବନେଶ୍ୱର: ଦୁଇ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଉତ୍ସାହଜନକ ସଫଳତା ମିଳିଛି  । ଜନଅସନ୍ତୋଷରୁ ବିଜେଡ଼ି ପରାଜିତ ହୋଇଛି ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି  ।

ଜାପାନୀ ଜ୍ୱରର ପ୍ରମୁଖ କେନ୍ଦ୍ର ଥିବା ମାଲକାନାଗିରିର ଜିଲାପରିଷଦ ଜୋନ୍ରେ ବିଜେଡ଼ି ବିଜେପି ପ୍ରାର୍ଥୀଙ୍କ ଠାରୁ ୬ ହଜାର ଭୋଟରେ ପରାଜିତ ହୋଇଛି  । ଏହି ବିରାଟ ପାର୍ଥକ୍ୟ କେବଳ କଂଗ୍ରେସ ଭୋଟ ଆସିଲେ ହେବନାହିଁ 

ବୋଲି  ଉଲ୍ଲେଖ କରି ଧର୍ମେନ୍ଦ୍ର କହିଛନ୍ତି ଯେ, ବିଜେଡ଼ି ପ୍ରତି ଜନତାଙ୍କ ଅନାସ୍ଥା ଭାବ ରାଜ୍ୟର ଶାସକ ଦଳକୁ ପରାଜିତ କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି  । ସେ କହିଛନ୍ତି ଯେ, ଓଡ଼ିଶା ଗୋଟିଏ ପରିବର୍ତ୍ତନ ଆଡ଼କୁ ମୁହାଁଉଛି  । ଏହା ପ୍ରାରମ୍ଭିକ ସୂଚନା ବୋଲି ସେ କହିଥିଲେ ।

ବିଜେପି ସହ କଂଗ୍ରେସର ସମ୍ପର୍କର ଥିବା ବିଜେଡ଼ିର ଅଭିଯୋଗ ଉପରେ ଶ୍ରୀ ପ୍ରଧାନ କହିଲେ ଯେ, ବିଜେଡ଼ି ନେତା ଭର୍ତ୍ତୃହରି ବାବୁ କଂଗ୍ରେସ ସହ ବୁଝାମଣା କରିବେ ବୋଲି କହିଥିଲେ  । ଭର୍ତ୍ତୃହରିବାବୁଙ୍କୁ ନୋଟିସ୍ ମଧ୍ୟ ଦଳ ପକ୍ଷରୁ ଦିଆଗଲା  । ନା ଭର୍ତ୍ତୃହରି ବାବୁ ଏହି ନୋଟିସ୍ର ଜବାବ ଦେଲେ କି ନବୀନ ବାବୁ ଏହା ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ତାହା ଜଣାନାହିଁ  । ଲୁଚିଛି ନା ଗୋଡ଼ ଦିଇଟା ଦିଶୁଛି ନ୍ୟାୟରେ କଂଗ୍ରେସ ସହ ବୁଝାମଣା କରି ନବୀନବାବୁ ଶାସନ ଚଳାଇଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି  ।


Tags:
dharmendra pradhan /