ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

୫୭ ପୋଲିଂ ଅଧିକାରୀ ନିଲମ୍ବିତ

16th Feb 2017

ଯାଜପୁର ଟାଉନ: ଚଳିତ ପଞ୍ଚାୟତ ନିର୍ବାଚନରେ ଅସହଯୋଗ ଓ ଅବହେଳା କାରଣରୁ ୫୭ଜଣ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରଙ୍କୁ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ରଂଜନ କୁମାର ଦାସ ନିଲମ୍ବିତ କରିଛନ୍ତି । ଲୋକ ପ୍ରତିନିଧି ଆଇନ୍ ଅନୁଯାୟୀ ନିର୍ବାଚନ ଭଳି ଜାତୀୟ କାର୍ଯ୍ୟକ୍ରମରେ ଅସହଯୋଗ କରିଥିବାରୁ ଜିଲାପାଳ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିରେ ୨୨ ଜଣ ପ୍ରିଜାଇଡିଂ, ୧୩ ଜଣ ଫାଷ୍ଟ ପୁଲିଂ, ୨୧ଜଣ ସେକେଣ୍ଡ ପୁଲିଂ ଓ ଜଣେ ଥାର୍ଡ ପୁଲିଂ ଅଧିକାରୀ ଅର୍ନ୍ତଭୁକ୍ତ । ସେମାନଙ୍କୁ ନିଲମ୍ବିତ କରିବା ସହ ସେମାନଙ୍କ ବିରୁଦ୍ଧରେ ଚାର୍ଜ ଫ୍ରେମ୍ କରିବାକୁ ସେମାନଙ୍କ କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଛନ୍ତି । ଏହି ଅଫିସରମାନଙ୍କୁ ନିର୍ବାଚନ ପରିଚାଳନା ପାଇଁ ତାଲିମ୍ ପ୍ରଦାନ କରାଯାଇଥିବା ବେଳେ ୧ମ ପର୍ଯ୍ୟାୟ ୧୩ ତାରିଖ ଓ ୨ୟ ପର୍ଯ୍ୟାୟ ୧୫ ତାରିଖ ନିର୍ବାଚନରେ ଏମାନେ ଉଦେ୍ଧଶ୍ୟମୂଳକ ଭାବେ ଅନୁପସ୍ଥିତ ରହି ନିର୍ବାଚନରେ ଅସହଯୋଗ କରିଥିଲେ । ନିର୍ବାଚନ କାର୍ଯ୍ୟରେ ଅବହେଳା ଆଦୈା ବରଦାସ୍ତ ନୁହେଁ ବୋଲି କହିବା ସହ ପ୍ରତ୍ୟେକ କର୍ମଚାରୀ ମତଦାତାର ଗଣତାନ୍ତ୍ରୀକ ଅଧିକାରକୁ ସାବ୍ୟସ୍ତ କରିବାକୁ ବାଧ୍ୟ ଓ ଦାୟିତ୍ୱ ବୋଲି ଜିଲାପାଳ କହିଛନ୍ତି । ଅବଶିଷ୍ଟ ପର୍ଯ୍ୟାୟ ନିର୍ବାଚନରେ ସହଯୋଗ କରିବା ସହ ଏହାର ଉଲ୍ଲଘଂନ କ୍ଷେତ୍ରରେ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ସତର୍କ କରାଇ ଦେଇଛନ୍ତି  ।


Tags:
suspended /