ଭୁବନେଶ୍ୱର: ତୃତୀୟ ମହଲାର ୪ ଜଣ ଅମଲା ଅଧିକାରୀ ବିଜେଡିର ନିର୍ବାଚନ ପରିଚାଳନା କରୁଥିବା କଥା ସତ ପ୍ରମାଣିତ ହୋଇଛି । ଏହି ଅଭିଯୋଗକୁ ଶାସକ ଦଳର ମନ୍ତ୍ରୀ ଡା. ଦାମୋଦର ରାଉତ ସମର୍ଥକ କରିଛନ୍ତି । ଦଳ ଅମଲାଙ୍କ ଉପରେ ନିର୍ଭରଶୀଳ ବୋଲି ଦାମ ବାବୁ ପ୍ରମାଣିତ କରିଛନ୍ତି । ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପସଭାପତି ସମୀର ମହାନ୍ତି ଏହା କହିଛନ୍ତି ।
ଶ୍ରୀ ମହାନ୍ତିଙ୍କ କହିବା ମୁତାବକ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାମ ବାବୁ ରାମଚନ୍ଦ୍ରଙ୍କ ସହ ଚୁଳନା କରିଛନ୍ତି । ଏହା ସହ ଶାସକ ବିଜେଡିରେ ବିଭିଷଣମାନେ ଅଛନ୍ତି ବୋଲି ଦାମ ବାବୁ କହିଛନ୍ତି । ତେବେ ବିଜେଡି ଦଳର ବିଭିଷଣ ଓ ରାବଣ କିଏ ଦାମ ବାବୁ ତାହା ସ୍ପଷ୍ଟ କରନ୍ତୁ । ଆମକୁ ସମର୍ଥନ କରିଥିବାରୁ ବିଜେପି ତରଫରୁ ତାଙ୍କୁ ଧନ୍ୟବାଦ ଦିଆଯାଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ସେହିପରି ୪ ଜଣ ଅମଲା ଯେଉଁଭଳି ନିର୍ବାଚନ ପରିଚାଳନା କରୁଛନ୍ତି ସେଥିପାଇଁ ନିର୍ବାଚନରେ ବିପର୍ଯ୍ୟୟ ଦେଖାଦେଇଛି ଓ ହିଂସା ଘଟୁଥିବା ଶ୍ରୀ ମହାନ୍ତି କହିଛନ୍ତି । ସେହିପରି ଓଡ଼ିଶାବାସୀ ବିଜେଡି ଉପରେ ଭରସା କରିଛନ୍ତି । ସେଥିପାଇଁ ଆମେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।