ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ

15th Feb 2017

ଭୁବନେଶ୍ୱର: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ମତଦାନ ଶାନ୍ତିପୂର୍ଣ୍ଣଭାବେ ଶେଷ ହୋଇଛି । କେତେକ ସ୍ଥାନରେ କାଁଭାଁ ଗଣ୍ଡଗୋଳକୁ ଛାଡ଼ି ଦେଲେ ଅଧିକାଂଶ ସ୍ଥାନରେ ମତଦାନ ଶାନ୍ତିପୂର୍ଣ୍ଣଭାବେ ଶେଷ ହୋଇଛି । କେବଳ ମାଲକାନାଗିରିର ନାରାମାମୁଡ଼ି ପଞ୍ଚାୟତର ୧୬ଟି ବୁଥରେ ମାସବାଦୀଙ୍କ ଭୟରେ କେହି ମତଦାନ କରିନାହାନ୍ତି । ରାଜ୍ୟର ୧୭୪ଟି ଜିଲା ପରିଷଦ ଜୋନ ପାଇଁ ମତଗ୍ରହଣ କରାଯାଇଛି । ଏଥିରେ ମତଦାତାମାନେ ୧୩୮୬ ସରପଞ୍ଚ ଓ ୧୮,୫୮୧ ଜଣ ୱାର୍ଡ ମେମ୍ବରଙ୍କୁ ମତ ଦେଇ ନିର୍ବାଚିତ କରିବେ ।  ଦିନ ଗୋଟାଏରୁ ବିଭିନ୍ନ ବୁଥରେ ମତଗଣନା ୍ର ଆରମ୍ଭ ହୋଇଛି । ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ମତଗଣନା କାର୍ଯ୍ୟ ଶେଷ ହେବାର ସମ୍ଭାବନା ରହିଛି ।


Tags:
second phase voting finished /