ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ଜେଲ୍ ଯିବେ ଶଶିକଳା

15th Feb 2017

ନୂଆଦିଲ୍ଲୀ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ହେବାକୁ ଗୋଡ଼ ଟେକି ବସିଥିବା ଭିକେ ଶଶିକଳା ଜେଲ୍ ଯିବେ । ଆୟ ବର୍ହିଭୂତ ସଂପତ୍ତି ମାମଲାରେ ତଳ କୋର୍ଟର ରାୟ କାଏମ ରଖି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସୁପ୍ରିମ କୋର୍ଟ । ଏହି ରାୟ ପରେ ତାଙ୍କୁ ଜାମିନ ମିଳିବ ନାହିଁ ଓ ସେ ୪ ବର୍ଷ ଜେଲ ଯିବା ସହିତ ୧୦ କୋଟି ଟଙ୍କା ଜରିମାନା ଦେବେ ବୋଲି କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଏହା ଫଳରେ ତାଙ୍କର ମୁଖ୍ୟମନ୍ତ୍ରୀ ହେବା ଆଶା ଧୂଳିସାତ ହୋଇଯାଇଛି । ତେବେ ସେ କାମଚଳା ମୁଖ୍ୟମନ୍ତ୍ରୀ ପନ୍ନିରସେଲଭାମଙ୍କୁ ମୁଖ୍ୟମନ୍ତ୍ରୀ ନକରାଦେବା ପାଇଁ ଏଡ଼ାପଡ଼ି ପଲାନିସାମୀଙ୍କୁ ଏଆଇଏଡିଏମକେ ବିଧାୟକ ଦଳର ନେତା ନିର୍ବାଚିତ କରିଛନ୍ତି ଓ ସେ ସରକାର ଗଠନ କରିବାକୁ ରାଜ୍ୟପାଳଙ୍କଠାରେ ଦାବି କରିଛନ୍ତି ।

ଆଜି ସକାଳ ୧୦.୩୦ ଘଣ୍ଟା ସମୟରେ ସୁପ୍ରିମ କୋର୍ଟ ଏକ ପୁରୁଣା ଆୟ ବହିର୍ଭୂତ ମାମଲାରେ ଏଆଇଏଡିଏମକେ ଦଳର କାମଚଳା ସାଧାରଣ ସଂପାଦକ ଭିକେ ଶଶିକଳାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ତାଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ରାୟ ଘୋଷଣା ପରେ ତୁରନ୍ତ କୋର୍ଟରେ ଆତ୍ମସମର୍ପଣ କରିବାକୁ ସୁପ୍ରିମ କୋର୍ଟ ତାଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । କର୍ଣ୍ଣାଟକର ଏକ ତଳ କୋର୍ଟ ଏହି ମାମଲାରେ ସ୍ୱର୍ଗତ ଜୟାଲଳିତା, ତାଙ୍କ ବାନ୍ଧବୀ ଶଶିକଳା ଏବଂ ତାଙ୍କ ସଂପର୍କୀୟ ଦିନକରନ ଓ ସୁଧାକରନଙ୍କୁ ୪ ବର୍ଷ ଲେଖାଏଁ ଜେଲଦଣ୍ଡ ଦେଇଥିଲେ । ସେମାନେ କର୍ଣ୍ଣାଟକର ଏକ ଜେଲ୍ରେ ୯ ମାସ ସଜା ବି କାଟିଥିଲେ । ପରେ କର୍ଣ୍ଣାଟକ ହାଇକୋର୍ଟ ସେମାନଙ୍କୁ ନିଦେ୍ର୍ଧାଷ ଘୋଷଣା କରିବାକୁ ଜେଲରୁ ବାହାରି ଜୟା ମୁଖ୍ୟମନ୍ତ୍ରୀ ହୋଇଥିଲେ, ଶଶିକଳା ତାଙ୍କ ସାଙ୍ଗରେ ଥିଲେ ।

ସେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ପଦରେ ରହିପାରିବେ ନାହିଁ । ସେହିପରି ସଜା ସମୟ ୪ ବର୍ଷ ଓ ପରବର୍ତ୍ତୀ ୬ ବର୍ଷ ଏମିତି ମୋଟ ୧୦ ବର୍ଷ କୌଣସି ନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ । ଏହି ରାୟ ପ୍ରକାଶ ପାଇବା ସମୟରେ ଶଶିକଳା ତାଙ୍କ ଗୋଷ୍ଠୀର ଶତାଧିକ ବିଧାୟକଙ୍କ ସହିତ ମହାବଳିପୁରମର ଗୋଲ୍ଡେନ୍ ବେ ରିସୋର୍ଟସରେ ଥିଲେ । ସଙ୍ଗେସଙ୍ଗେ ସେ ବିଧାୟକମାନଙ୍କର ବୈଠକ ଡକାଇ ରାଜପଥ ଓ ବନ୍ଦର ମନ୍ତ୍ରୀ ଏଡ଼ାପଡ଼ି ପଲାନିସାମୀଙ୍କୁ ଏଆଇଏଡିଏମକେ ବିଧାୟକ ଦଳର ନେତା ନିର୍ବାଚିତ କରାଇଥିଲେ । ପୂର୍ବରୁ ଫେବୃଆରୀ ୫ ତାରିଖରେ ସେ ନିଜେ ମୁଖ୍ୟମନ୍ତ୍ରୀ ହେବା ଲକ୍ଷ୍ୟରେ ନିଜେ ନେବା ନିର୍ବାଚିତ ହେବା ସହିତ ସରକାର ଗଠନ କରିବାକୁ ରାଜ୍ୟପାଳ ବିଦ୍ୟାସାଗର ରାଓଙ୍କଠାରେ ଦାବି ଉପସ୍ଥାପନ କରିଥିଲେ । ଏହି ବୈଠକରେ ମଧ୍ୟ ଶଶିକଳା କାମଚଳା ମୁଖ୍ୟମନ୍ତ୍ରୀ ପନ୍ନିରସେଲଭାମଙ୍କ ସମେତ ତାଙ୍କ ଗୋଷ୍ଠୀର ୧୯ ଜଣ ନେତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଥିଲେ । 

ଏହା ପରେ ଅପରାହ୍ନରେ ପଲାନିସାମି ଦଳର ୧୧ ଜଣ ବରିଷ୍ଠ ନେତାଙ୍କ ସହିତ ରାଜଭବନ ଯାଇ ନୂଆ ସରକାର ଗଠନ କରିବାକୁ ଦାବି ଜଣାଇଥିଲେ । ସେ ରାଜ୍ୟପାଳଙ୍କୁ ଦେଇଥିବା ଚିଠିରେ ତାଙ୍କ ସପକ୍ଷରେ ୧୨୬ ଜଣ ବିଧାୟକଙ୍କ ସମର୍ଥନ ଅଛି ବୋଲି ଉଲ୍ଲେଖ କରିଛନ୍ତି । ରାଜ୍ୟପାଳ ବିଦ୍ୟାସାଗର ରାଓ ଯଦି ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରନ୍ତି ତେବେ ସେ ହେବେ ଗତ ଦୁଇ ମାସରେ ତାମିଲନାଡ଼ୁର ତୃତୀୟ ମୁଖ୍ୟମନ୍ତ୍ରୀ । ଏହି ପଦରେ ଥାଇ ଜୟାଲଳିତା ହୃଦଘାତରେ ପ୍ରାଣ ହରାଇବା ପରେ ପନ୍ନିରସେଲଭାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । କିନ୍ତୁ ଜୟାଙ୍କ ପରେ ଦଳର କାମଚଳା ସାଧାରଣ ସଂପାଦକ ହୋଇଥିବା ଶଶିକଳାଙ୍କ ନିଦେ୍ର୍ଧଶରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ ଓ ଶଶିକଳା ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଦାବି ଜଣାଇଥିଲେ । ପରେ ପନ୍ନିରସେଲଭାମ ତାଙ୍କ ନେତୃତ୍ୱ ବିରୋଧରେ ବିଦ୍ରୋହ କରିଥିଲେ ।

ଅନ୍ୟ ଏକ ଘଟଣାକ୍ରମରେ ପନ୍ନିରସେଲଭାମଙ୍କ ଗୋଷ୍ଠୀର ନେତାମାନେ ଆଜି ଗୋଲ୍ଡେନ ବେ ରିସୋର୍ଟରେ ଡେରା ପକାଇଥିବା ଦଳୀୟ ବିଧାୟକଙ୍କୁ ଭେଟିବାକୁ ଯାଇ ବିଫଳ ହୋଇଛନ୍ତି । ସେମାନଙ୍କୁ ବାଟରୁ ପୁଲିସ ଫେରାଇ ଦେଇଛି । ତଥାପି ତାଙ୍କ ସପକ୍ଷରେ ବିଧାୟକମାନେ ମତ ଦେବେ ବୋଲି ପନ୍ନିରସେଲଭାମ ଆଶା ପ୍ରକାଶ କରିଛନ୍ତି ।

ଏହି ପରିସ୍ଥିତିରେ ରାଜ୍ୟପାଳ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଉଭୟ ପନ୍ନିରସେଲଭାମ ଓ ପଲାନିସାମୀଙ୍କ ସପକ୍ଷରେ ଗୃହରେ କେତେ ସମର୍ଥନ ମିଳୁଛି ପରୀକ୍ଷା କରିପାରନ୍ତି । ଏ ବିଷୟରେ ଭାରତର ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ ତାଙ୍କୁ ପରାମର୍ଶ ଦେଇଛନ୍ତି । ଏହି ପ୍ରକ୍ରିୟାରେ ଗୃହର ସମସ୍ତ ୨୩୪ ବିଧାୟକ ଉପସ୍ଥିତ ରହି ନିଜନିଜର ପସନ୍ଦ ସପକ୍ଷରେ ଭୋଟ ଦେବେ । ଏହାର ଅର୍ଥ କେବଳ ଏଆଇଏଡିମେ ବିଧାୟକ ନୁହନ୍ତି ଅନ୍ୟ ଦଳର ସଦସ୍ୟମାନେ ମଧ୍ୟ ନିଜର ପସନ୍ଦ ଜଣାଇବେ ।


Tags:
sasikala /