ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ଓଡ଼ିଶାର ପ୍ରଶଂସା କଲେ ମୋଦି

15th Feb 2017

କନୌଜ: ଓଡ଼ିଶାର ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଭଲ ସଫଳତା ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ପ୍ରଶଂସା କରିଛନ୍ତି । କନୌଜରେ ଆୟୋଜିତ ଏକ ନିର୍ବାଚନ ସଭାରେ ସେ କହିଥିଲେ ଯେ, ଓଡ଼ିଶାରେ ବିଜେପି ଦୁର୍ବଳ ଥିଲା । ଲୋକସଭାରେ ବି ସାଂସଦଙ୍କ ସଂଖ୍ୟା କମ ଥିଲା । ହେଲେ ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ ଦଳକୁ ଅଭୁତପୂର୍ବ ସଫଳତା ମିଳିଛି । ଗାଁ ଗହଳିର ଗରିବ ଲୋକମାନେ ଏଥିରେ ମତଦାନ କରୁଛନ୍ତି ବୋଲି ମୋଦି କହିଛନ୍ତି । ବିମୁଦ୍ରାୟନ ପରେ ଭ୍ରଷ୍ଟାଚାର କମିଥିବାରୁ ବିଜେପିକୁ ଏହି ସଫଳତା ମିଳିଥିବା ମୋଦି କହିଛନ୍ତି । ଦେଶର ଗରିବ ଲୋକମାନେ ବିଜେପିକୁ ସମର୍ଥନ କରିଥିବା ମୋଦି କହିଛନ୍ତି । ବିଜେପିକୁ ସଫଳତା ମିଳିଥିବାରୁ ମୋଦି ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।


Tags:
narendra modi/pm /