ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ବିଜେପି-ବିଜେଡି ମୁହାଁମୁହିଁ, ପ୍ରଚାର ଗାଡ଼ି ଭଙ୍ଗାରୁଜା

15th Feb 2017

ବାଲିଚନ୍ଦ୍ରପୁର : ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେପିର ସଫଳତାକୁ ନେଇ ବିଜେଡ଼ିର ମୁଡ଼୍ ଖରାପ୍ ହୋଇପଡ଼ିଛି । ଦ୍ୱିତୀୟ, ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ଯେଭଳି ବିଜେଡ଼ି ସଫଳତା ଲାଭ ନକରିବ  ତାହାକୁ ଅଧିକ ଗୁରୁତ୍ୱ ଦେବା ଆରମ୍ଭ କରିଛି ବିଜେଡ଼ି । ବିଜେପିର ସଫଳତା ନେତାଙ୍କୁ ହତୋସôାହିତ କରିଥିବା ବେଳେ କର୍ମୀଙ୍କୁ ବ୍ୟଥିତ କରିଛି । ବଡ଼ଚଣାରେ ଏହାର ଛବି ଦେଖିବାକୁ ମିଳିଛି । ଶାସକ ଦଳ ବିଜେପିକୁ ରୋକିବାକୁ ହିିଂସାର ଆଶ୍ରୟ ନେଇଛି  । ଏହି ବ୍ଲକର ୨୦ନଂ ଜୋନରେ ବିଜେଡ଼ି କର୍ମୀ ବିଜେପିର ପ୍ରଚାର ଗାଡିକୁ ଅଟକାଇ ଭଙ୍ଗାରୁଜା କରିବା ସହ ପ୍ରାର୍ଥୀଙ୍କୁ ଟଣା ଘୋଷରା କରିଛନ୍ତି । ଏଭଳି କାର୍ଯ୍ୟ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଉପସ୍ଥିତିରେ ଘଟିଥିଲେ ହେଁ ସେ ହିଂସାକୁ ରୋକିବା ବଦଳରେ ଘଟଣା ସ୍ଥଳ ଛାଡି ଚାଲିଯାଇଥିଲେ ବୋଲି ଅଭିଯୋଗ ହୋଇଛି । ୨୦ନଂ ଜିଲାପରିଷଦ ଜୋନ ଅନ୍ତର୍ଗତ ପଲାଇ ଗ୍ରାମପଞ୍ଚୟତର କେଶରାଇପୁର ଗ୍ରାମ ଦେଇ ବିଜେପି ର ଏକ ପ୍ରଚାର ଗାଡି କେଶରାଇପୁର ଗ୍ରାମରୁ ପେରୁଥିଲା ।  ଯେଉଁ ସମୟରେ ସମ୍ମୁଖରୁ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଏକ ଶୋଭାଯାତ୍ରାରେ ନିଜ ସମର୍ଥକଙ୍କ ସହ କେଶରାଇପୁର ଗ୍ରାମକୁ ପ୍ରବେଶ କରୁଥିଲେ । ତେବେ ଏହି ଶୋଭାଯାତ୍ରା  ବିଜେପି ପ୍ରଚାର ଗାଡି ନିକଟରେ ପହଞ୍ଚିବା ପରେ  ବିଜେଡି କର୍ମୀ ଉତ୍ୟକ୍ତ ହୋଇ ଗାଡିର ଚାଳକକୁ ଗାଡିରୁ ଟାଣି  ନିସ୍ତୁକ ମାଡ ମାରିବା ସହ  ପ୍ରଚାର ଗାଡିକୁ ଭଙ୍ଗାରୁଜା କରିଥିଲେ । ଏହି  ଖବର ପାଇ ୨୦ ନଂ ଜୋନର ବିଜେପି ଜିଲାପରିଷଦ ପ୍ରାର୍ଥୀ ପ୍ରଦିପ୍ତ ସାମଲ ପହଞ୍ଚି  ପଚରା ଉଚରା କରୁଥିବା ବେଳେ ଉତ୍ୟକ୍ତ ବିଜେଡି ସମର୍ଥକ ତାଙ୍କୁ  ଠେଲା ପେଲା କରିଥିଲେ । ତେବେ ବିଧାୟକଙ୍କ ଉପସ୍ଥିତିରେ ବିଜେଡି କର୍ମୀ ମାନେ ଦୁଇଦୁଇଥର ଏଭଳି ଘଟଣା ଥିଲେ ମଧ୍ୟ ବିଧାୟକ ଘଟଣାକୁ ଏଡ଼ାଇ ଯାଇଥିଲେ । ଏନେଇ ପ୍ରଦୀପ କୁମାର ସାମଲ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେତଦନ୍ତ ଜାରି ରଖିଛି ।


Tags:
bjp and bjp clash /