ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ପ୍ରମିଳାଙ୍କ ନାଲି ଆଖିର ଆଉ ଏକ ନମୁନା: ଡରାଇ ଧମକାଇ ନେଇଗଲେ ପ୍ରତ୍ୟାହାରପତ୍ରରେ ଦସ୍ତଖତ

10th Feb 2017

ଯାଜପୁର : ଭୋଟଭିକ୍ଷା କରିବାକୁ ଯାଉଥିବା ବେଳେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲିକ ଭୋଟରଙ୍କୁ ନାଲିଆଖି ଦେଖାଉଛନ୍ତି । ଯିଏ ମୋତେ ବା ବିଜେଡ଼ିକୁ ଭୋଟ ଦେଇଛି ତାଙ୍କ କଥା ଶୁଣାଯିବ । ଭୋଟରଙ୍କୁ ନାଲିଆଖି ଦେଖାଇ କ୍ଷମତା ବଳରେ ଡରାଇ ଧମକାଇବାକୁ ଚେଷ୍ଠା ଜାରି ରଖିଥିବା ପ୍ରମିଳା ନିଜ ନିର୍ବାଚନ ମଣ୍ଡଳୀ ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମାସଁଡ଼ା ପଞ୍ଚାୟତ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ତାଙ୍କ ସମର୍ଥôତ ସମିତିସଭ୍ୟା ପ୍ରାର୍ଥୀଙ୍କୁ ନିଦ୍ୱର୍ନ୍ଦ୍ୱରରେ ନିର୍ବାଚିତ କରିବାକୁ  ଉକ୍ତପଦ ନିମନ୍ତେ ନାମାଙ୍କନପତ୍ର ଦାଖଲ କରିଥିବା ଅନ୍ୟଜଣେ ପ୍ରାର୍ଥୀଙ୍କୁ ଡ଼ରାଇ ଧମକାଇବାକୁ ପଛାଇ ନଥିଲେ । ଏହାସହ ପ୍ରମିଳା ନାମାଙ୍କନପତ୍ର ଦାଖଲ କରିଥିବା ନୀଳକଣ୍ଠ ଯେନାଙ୍କଠାରୁ ଜୋରଜବରଦସ୍ତି ପ୍ରତ୍ୟାହାର ଫର୍ମରେ ଦସ୍ତଖତ କରାଇନେଇ ବିଡିଓଙ୍କ ନିକଟରେ ଦାଖଲ କରାଇଥିଲେ  । ଫଳରେ ବିଜେଡି ସମର୍ଥନରେ ନାମାଙ୍କନପତ୍ର ଦାଖଲ କରିଥିବା କାମିନୀ ମଲିକ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଯାଇଥିଲେ ବୋଲି ସଂଗୀନ ଅଭିଯୋଗ ନୀଳକଣ୍ଠ କରିଛନ୍ତି ।

ନୀଳକଣ୍ଠ ଏସଂପର୍କରେ ନିର୍ବାଚନ କମିଶନରଙ୍କଠାରୁ ଆରମ୍ଭ କରି ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ହେଁ ରାଜନୈତିକ ଚାପରେ ତାଙ୍କ ଅଭିଯୋଗ ସବୁ ଚପିଗଲା ବୋଲି ଗୁରୁତର ଅଭିଯୋଗ କରିଛନ୍ତି । ନୀଳକଣ୍ଠ କରିଥିବା ଅଭିଯୋଗ ଏବଂ ଉପସ୍ଥାପନ କରିଥିବା ଦସ୍ତାବିଜ୍ ଅନୁଯାୟୀ ସେ ଚଳିତ ପଞ୍ଚାୟତ ନିର୍ବାଚନରେ ମାଁସଡା ପଞ୍ଚାୟତ ସମିତି ସଭ୍ୟ ନାମାଙ୍କନପତ୍ର ଦାଖଲ କରିଥିଲେ । ଉକ୍ତପଦ ପାଇଁ ବିଜେଡି ସମର୍ଥôତ ପ୍ରାର୍ଥୀ ଭାବେ କାମିନୀ ମଳିକ ପ୍ରାର୍ଥôପତ୍ର ଦାଖଲ କରିଥିଲେ । ୧୮ ତାରିଖ ପ୍ରାର୍ଥôପତ୍ର ଯାଞ୍ଚ ଦିବସରେ  ସେ ବ୍ଲକକୁ ଯାଉଥିବା ବେଳେ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ୨ଜଣ ପାଖଲୋକ ବିଧାୟିକା ଡାକୁଛନ୍ତି ବୋଲି କହି ଜବରଦସ୍ତି ଏକ ବାଇକରେ ବସାଇ ନେଇଯାଇଥିଲେ  । ବିଧାୟିକା ତାଙ୍କୁ ଗାଳିଗୁଲଜ କରିବା ସହ ପ୍ରାର୍ଥôପତ୍ର ପ୍ରତ୍ୟାହାର କରିଦେ ନଚେତ ଲୋକ ଲଗାଇ ଜୀବନରୁ ମାରି ଦିଆଯିବ ବୋଲି ଧମକ ଦେଇଥିଲେ ।  କିନ୍ତୁ ନୀଳକଣ୍ଠ ରାଜି ନହେବାରୁ ବିଧାୟିକା ଶ୍ରୀମତୀ ମଲ୍ଲିକ ତାଙ୍କୁ ଗାଳି ଗୁଲଜ କରିଥିବା ବେଳେ ଉପସ୍ଥିତି ପାଖଲୋକ ମାଡ ମାରି ଜୋର୍ଜବରଦସ୍ତ ଭାବେ ପ୍ରାର୍ଥôପତ୍ର ପ୍ରତ୍ୟାହାର ଫର୍ମରେ ଦସ୍ତଖତ କରାଇନେଇଥିଲେ । ପରେ ନୀଳକଣ୍ଠଙ୍କୁ ଏକ ଅଜଣା ସ୍ଥାନକୁ ନେଇଯାଇ ସେଠାରେ ଥିôବା ଏକ ଘରେ ଅଟକ ରଖିଥିଲେ । ନୀଳକଣ୍ଠ ଘରକୁ ନଫେରିବାରୁ ତାଙ୍କ ପତ୍ନୀ ମମତା ଯେନା ସ୍ୱାମୀଙ୍କ ନିଖୋଜ ସମ୍ପର୍କରେ ବିଞ୍ଝାରପୁର ଥାନାରେ ଏକ ଏତଲା ଦାଏର କରିଥିଲେ । ହେଲେ ନୀଳକଣ୍ଠ କୌଶଳକ୍ରମେ ଘଟଣାସ୍ଥଳରୁ ଖସି ଆସି ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ  ଅନୁସନ୍ଧାନ କରିବାକୁ ଯାଜପୁର ଜିଲାପାଳଙ୍କୁ ପତ୍ର ନଂ.-୧୩୨୧/ତା ୨୪ା୧ା୨୦୧୭ରେ  ନିଦେ୍ର୍ଧଶ ଦିଆଯାଇଥିଲା  । ଉକ୍ତ ନିଦେ୍ର୍ଧଶ ଆଧାରରେ ଜିଲାପାଳ ଉପ-ଜିଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କୁ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ପରାମର୍ଶ ଦେଥିବା ବେଳେ ଉପଜିଲାପାଳ ବିଞ୍ଝାରପୁର ବିଡିଓଙ୍କୁ ଏହି ନିଦେ୍ର୍ଧଶ ଦେଇଥିଲେ । ଯାହାର ପତ୍ର ସଂଖ୍ୟା-୧୦୦୩/ତା ୩୧ା୧ା୨୦୧୭ଅଟେ । ପରେ ନୀଳକଣ୍ଠ ଏଥିନେଇ ଯାଜପୁର ଏସ୍ପିଙ୍କୁ ମଧ୍ୟ ଲିଖିତ ଭାବେ ଅଭିଯୋଗ କରିଥିଲେ । ହେଲେ ପ୍ରମିଳାଙ୍କ ବାହୁବଳ ଓ କ୍ଷମତା ପାଖରେ ନୀଳକଣ୍ଠଙ୍କ ସବୁ ଅଭିଯୋଗ ଚାପି ହୋଇ ରହିଯାଇଥିଲା । କୌଣସି ଠାରୁ ନ୍ୟାୟ ନପାଇ ନୀଳକଣ୍ଠ ଏବେ  ଗଣମାଧ୍ୟମର ଦ୍ୱାରସ୍ଥ ହୋଇଛନ୍ତି ।


Tags:
pramila mallick /