ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ଦୁଇ ମୁଖ୍ୟମନ୍ତ୍ରୀ ୧ ମିନିଟ ବସିଲେ ମହାନଦୀ ସମସ୍ୟାର ସମାଧାନ ହୋଇଯିବ: ରମଣ ସିଂହ

10th Feb 2017

ଭୁବନେଶ୍ୱର: ଓଡ଼ିଶା ଓ ଛତିଷଗଡ଼ ମଧ୍ୟରେ ମହାନଦୀକୁ ନେଇ ଯେଉଁ ବିବାଦ ରହିଛି ତାହା ଏକ ବିବାଦ ନୁହେଁ  । ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଦୁଇ ଜଣର ଏକ ମିନିଟ ବସିଲେ ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ କହିଛନ୍ତି । ଶ୍ରୀ ସିଂହ ଗୁରୁବାର ବଲାଙ୍ଗିର ଜିଲାରେ ପଞ୍ଚାୟତ ନିର୍ବଚନ ପାଇଁ ଆସି ଏକ ସାଧାରଣସଭାରେ ଉଦବୋଧନ ଦେଇଥିଲେ । ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଧାରଣ ସଭାରେ ଶ୍ରୀ ସିଂହ କହିଥିଲେ ଯେ, ମହାନଦୀକୁ ନେଇ ରାଜନୈତିକ ବିବାଦ ସୃଷ୍ଟି କରାଯାଇଛି । ମହାନଦୀ ଜଳର ମାତ୍ର ୪ ପ୍ରତିଶତ ଛତିଶଗଡ଼ ବ୍ୟବହାର କରୁଥିବାବେଳେ ଓଡ଼ିଶା ୧୩ ପ୍ରତିଶତ ବ୍ୟବହାର କରୁଛି । ମହାନଦୀ ଜଳ ବ୍ୟବହାର ହୋଇପାରୁନଥିବାରୁ ୮୨ ପ୍ରତିଶତ ଜଳ ସମୁଦ୍ରରେ ମିଶୁଛି ।  ଯେହେତୁ ମହାନଦୀ ଉୟଭ ଛତିଶଗଡ଼ ଓ ଓଡ଼ିଶାକୁ ଯୋଡ଼ିଛି, ତେଣୁ ଏହାକୁ ନେଇ ବିବାଦ ଅନାବଶ୍ୟକ । ଓଡ଼ିଶା ସହିତ ଛତିଶଗଡ଼ର ଭାଇଚାରା ସମ୍ପର୍କ ରହିଛି ବୋଲି ଶ୍ରୀ ସିଂହ କହିଥିଲେ । ଯଦି ଆଗାମୀ ଦିନରେ ଓଡ଼ିଶାରେ ବିଜେପି କ୍ଷମତାସୀନ ହୁଏ ତେବେ ଓଡ଼ିଶା-ଛତିଶଗଡ଼ ମଧ୍ୟରେ କୌଣସି ବିବାଦ ରହିବ ନାହିଁ ବୋଲି ଶ୍ରୀ ସିଂହ କହିଛନ୍ତି ।


Tags:
raman singh /