ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ବିଜେଡି ସରକାରର ପତନ ସମୟ ଆସିଗଲାଣି : ଧର୍ମେନ୍ଦ୍ର

8th Feb 2017

ଭଦ୍ରକ : ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଠାଚାରୀ ରାଜ୍ୟ ସରକାରଙ୍କ ପତନର ସମୟ ଆସିଗଲାଣି  । ଏହି ନିର୍ବାଚନରେ ଲୋକେ ୧୭ ବର୍ଷର ଏକ ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟ୍ରାଚାରୀ ସରକାରକୁ ଉଚିତ ଜବାବ ବେବେ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି  । ସର୍ବଦା କେନ୍ଦ୍ର ଅବହେଳା କହି ଲୋକଙ୍କୁ ଭୁଅାଁ ବୁଲାଇ ଆସିଥିବା ଓ କେନ୍ଦ୍ର ଯୋଜନାକୁ ନିଜ ନାଁରେ ପ୍ରଚାର କରୁଥିବା ଅପାରଗ ନବୀନ ସରକାର ଓଡିଶାକୁ ବିନାଶ ଆଡକୁ ନେଇଯାଇଛି  । ସ୍ୱଚ୍ଛ ଓ ନିର୍ମଳ ଶାସନର ଦ୍ୱାହି ଦେଉଥିବା ନବୀନ ଶାସନରେ ନେତା ଓ ମନ୍ତ୍ରୀଙ୍କ ସ୍ୱେଚ୍ଛାଚାରିତା ବଢିଯାଇଛି  । ଏହାର ଜ୍ୱଳନ୍ତ ନମୁନା ଯାଜପୁର ଜିଲାର ନଗଡା ଶିଶୁ ମଡକ ଓ ଦାନ ମାଝିର ଅସହାୟତାରୁ ସ୍ୱଷ୍ଟ ବାରିହୋଇ ପଡୁଛି ବୋଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ତିହିଡି ଠାରେ ଆୟୋଜିତ ବିଶାଳ ଜନସଭାରେ ଉଦବୋଧନ ଦେଇ ଏହା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ  ।

ଏବେ ଗାଁର ଉନ୍ନତି ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧାସଳଖ ପଞ୍ଚାୟତଙ୍କୁ ଅନୁଦାନ ଯୋଗାଇଦେବେ  । ଏହି ଅନୁଦାନ ପଞ୍ଚାୟତ ପ୍ରତିନଧିମାନେ ଗାଁର ବିକାଶ ଲାଗି ଖର୍ଚ୍ଚ କରିବେ  । ତେଣୁ  ନିର୍ବାଚନରେ ଯୋଗ୍ୟ ବ୍ୟକ୍ତି ନିର୍ବାଚିତ ହେଲେ ଏହାର ସଦୁପଯୋଗ ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଥିଲେ  । ବିଜେପି ଜିଲା ସଭାପତି ବଦ୍ରି ନାରାୟଣ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପ୍ରାକ୍ତନ ମନ୍ତ୍ରୀ ମନମୋହନ ସାମଲ ଯୋଗଦେଇ ବିଜେଡି ସରକାର କ୍ଷମତା ଦଖଲ କରିବାକୁ ରକ୍ତମୁଖା ହୋଇ ପଡିଥିବା କହିବା ସହ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ଲାଗି ଚଳିତ ନିର୍ବାଚନ ଏକ ନିର୍ଣ୍ଣାକ ଭୂମିକା ନେବ ବୋଲି କହିଥିଲେ  । ପ୍ରାକ୍ତନ ବିଧାୟକ ତଥା ବିଜେପି ରାଜ୍ୟ ଉପସଭାପତି ବିଷ୍ଣୁ ସେଠୀ ନିଜ ବକ୍ତବ୍ୟରେ ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ପ୍ରାର୍ଥୀ କରିବାକୁ ନେତା ପାଉନଥିବା କହିବା ସହ ଆଲବମ ଓ ଫିଲ୍ମ କଳାକାରଙ୍କୁ ଆଣି ଲୋକଙ୍କ ମନ କିଣିବାକୁ ଚେଷ୍ଟା କରିବା ହାସ୍ୟାସ୍ପଦ ଘଟଣା ବୋଲି କହିଥିଲେ  । ବିଜେପି ଜିଲା ଉପସଭାପତି ଦୁର୍ଗାଚରଣ ନାୟକ ଅତିଥି ପରିଚୟ ଦେଇଥିବା ବେଳେ ରଘୁନାଥ ପାତ୍ର ଧନ୍ୟବାଦ ଦେଇଥିଲେ  । ଅନ୍ୟମାନଙ୍କ ମଧ୍ୟରେ ବିଜେପି ଲୋକସଭା ପ୍ରାର୍ଥୀ ଶରତ ଦାସ, ଡା, ପ୍ରଦୀପ କୁମାର ନାୟକ, ଜିଲା ସଭାନେତ୍ରୀ ମନସ୍ମିତା ଖୁଣ୍ଟିଆ, ଗୀତିକାର ପଞ୍ଚାନନ ନାୟକ, ପ୍ରଭାତ ଜେନା, ଶରତ ପଢିଆରୀ, ବିଦ୍ୟାଧର ସାହୁ ତପନ ମହାନ୍ତି, ଶଶିକାନ୍ତ ବିଶ୍ୱାଳ, ବୁଦ୍ଧଦେବ ଜେନା, ସୀତାକାନ୍ତ ନାୟକ, ଅଜୟ ମହାପାତ୍ର, ବଳରାମ ସେଠୀ, ମୁକ୍ତିକାନ୍ତ ନାୟକ, ସଂଗ୍ରାମ ମହାନ୍ତି, ଅଶୋକ ସାହୁ, ସୁଧାଂଶୁ ପାଣିଗ୍ରାହୀ, ଉମାକାନ୍ତ ଦାସ, ପ୍ରଦୀପ ବଳ, ପ୍ରତାପ ଜେନା, ମନୋଜ ପାଣିଗ୍ରାହୀ, ଯଦୁମଣି ପାଣିଗ୍ରାହୀ, ଶ୍ରୀଧର ନାଥ, ନାରାୟଣ ବେହେରା, ରାଜକିଶୋର ନାୟକ ଓ ନାରାୟଣ ସେନାପତିଙ୍କ ସମେତ ବିଜେପିର ଜିଲା ପରିଷଦ ପ୍ରାର୍ଥୀ ମଧୁସ୍ମିତା ପୁହାଣ, ସବିତା ନାୟକ, ଭରତ ସାହୁ ଓ ଅନୀଲ ଦାସ ପ୍ରମୁଖ ଉପସ୍ଥିତ ଥିଲେ  । ଏହି ସମାବେଶରେ ବ୍ଲକର ୩୧ ପଞ୍ଚାୟତର ହଜାର ହଜାର ବିଜେପି କର୍ମୀ ଯୋଗଦାନ କରିଥିଲେ  ।


Tags:
dharmendra pradhan /