ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ବାଇକ୍‍-ଅଟୋ ଧକ୍କା, ୮ ଆହତ

8th Feb 2017

ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବସ୍ଷ୍ଟାଣ୍ଡ ନିକଟରେ ଏକ ବାଇକ୍‍-ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ୮ ଜଣ ଆହତ ହୋଇଛନ୍ତି  ।

ସୂଚନା ଅନୁଯାୟୀ, ଦକ୍ଷିଣବାଡ଼ ପଞ୍ଚାୟତ ଅନ୍ତର୍ଗତ ସାହାରାଗଡ଼ିଆ ଗ୍ରାମର ଶ୍ୟାମସୁନ୍ଦର ଦାସ, ବଡ଼ଭାଇ ବ୍ରଜକିଶୋର ଓ ମା’ ରଞ୍ଜିତା ଏକ ବାଇକ୍‍ରେ ଭଣ୍ଡାରିପୋଖରୀ ମେଡ଼ିକାଲ ଯାଉଥିଲେ  । ବିପରୀତ ଦିଗରୁ ଯାଜପୁର ଜିଲା ସାହାପୁର ହାଟରୁ ଗୋରୁ ବୋଝେଇ କରି ଜାମୁଝାଡି ଯାଉଥିବା ଓ.ଡ଼ି.-୩୪ଏ-୨୪୯୪ନଂ ଅଟୋ ତାଙ୍କ ବାଇକ୍‍କୁ ସ୍ଥାନୀୟ ବସଷ୍ଟାଣ୍ଡ ନିକଟରେ ଧକ୍କା ଦେଇଥିଲା  । ଦୁର୍ଘଟଣାରେ ଅଟୋଟି ରାସ୍ତାକଡ଼ ଖାଲକୁ ଗଡ଼ି ଯାଇଥିଲା  । ଏଥିରେ ମା’ ଓ ଦୁଇ ପୁଅଙ୍କ ସମେତ ଅଟୋରେ ଥିବା ଅଜୋମୁଝାଡି ଅଞ୍ଚଳର ଅନନ୍ତ ମଲ୍ଲିକ, ଆହ୍ଲାଦ ମଲ୍ଲିକ, ଗୋଲକ ବାରିକ, ରବିନ୍ଦ୍ର ବାରିକ, ରମାକାନ୍ତ ବାରିକ ପ୍ରମୁଖ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ସ୍ଥାନୀୟ ମେଡିକାଲକୁ ଚିକିସôା ପାଇଁ ନିଆଯାଇଥିଲା । ସେଠାରେ ମା’ ଓ ଦୁଇ ପୁଅଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭଦ୍ରକ ପଠାଇ ଦିଆଯାଇଛି  । ଅଟୋ ଚାଳକ ଫେରାର ହୋଇଯାଇଥିବା ବେଳେ ଏଥିନେଇ ଥାନାରେ କୌଣସି ମାମଲା ଋଜୁ ହୋଇନଥିବା ଜଣାଯାଇଛି । ଆହତ ଗୋରୁଙ୍କୁ ସ୍ଥାନୀୟ ଲୋକଙ୍କ ଜିମା ଦିଆଯାଇଛି ।


Tags:
accident 8 injured /