ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ପତ୍ନୀହନ୍ତାକୁ ୮ବର୍ଷ ଜେଲ୍

7th Feb 2017

ଚମ୍ପୁଆ : ଚମ୍ପୁଆ ବ୍ଲକ୍ ଅନ୍ତର୍ଗତ କୁଟାରୀପଶି ଗ୍ରାମରେ ନିଜ ପତ୍ନୀକୁ ହତ୍ୟା କରିଥିବା ଏକ ମାମଲାର ବିଚାର କରି ଅଭିଯୁକ୍ତ ସ୍ୱାମୀକୁ ବିଚାରପତି ୮ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଥିବା ଜଣାପଡ଼ିଛି  । 

ସୂଚନା ଅନୁଯାୟୀ ଅଧିକ ଯୌତୁକ ଦାବିକରି ଗ୍ରାମର ଶରତଚନ୍ଦ୍ର ମହାନ୍ତ ଦୀର୍ଘ ବର୍ଷରୁ ତାଙ୍କର ପତ୍ନୀ ଜୟନ୍ତୀଙ୍କୁ ନିର୍ଯାତନା ଦେଇ ଆସୁଥିବା ବେଳେ ୨୦୧୩ ମେ’ ୮ ତାରିଖରେ ହତ୍ୟା କରିଥିବା ନେଇ ଜୟନ୍ତୀଙ୍କ ବାପା ଅଭିଯୋଗ କରିଥିଲେ  ।  ଅଭିଯୋଗ ଅନୁଯାୟୀ ରୁଜୁ ହୋଇଥିବା ମାମଲାର ବିଚାର କରି ଚମ୍ପୁଆ ଅତିରିକ୍ତ ଜିଲା ଦୌରାଜଜ୍ ପବିତ୍ର ମୋହନ ସାମଲ ୧୯ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି  ୮ବର୍ଷ ଜେଲ୍ଦଣ୍ଡାଦେଶ ସହ ୨ହଜାର ଟଙ୍କା ଅର୍ଥଦଣ୍ଡାଦେଶ ଦେଇ ପ୍ରଦାନ କରିଛନ୍ତି  ।


Tags:
8 years jail /