ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ଯୁବକଙ୍କ ମୃତଦେହ ଉଦ୍ଧାର

6th Feb 2017

ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅନ୍ତର୍ଗତ  କେଶଦୁରାପାଳ ଗ୍ରାମର ଗୌରାଙ୍ଗ ପରିଡା(୩୫) ନାମକ ଜଣେ ଯୁବକଙ୍କ ମୃତଦେହ  ଏକ ପଥର ହୁଡାରୁ ଉଦ୍ଧାର କରାଯାଇଛି  । ଏକ ମୃତଦେହ ପଥର ହୁଡାରେ ପଡିଥିବାର ଖବରପାଇ ଗ୍ରାମର ଲୋକମାନେ ରୁଣ୍ଡିଭୂତ ହୋଇଯାଇଥିଲେ ।  ଘସିପୁରା ପୁଲିସ୍‍ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ ଆରମ୍ଭ କରିଛି । ମୃତ ଗୌରାଙ୍ଗଙ୍କ ପାଟି ଓ ମୁହଁରୁ ରକ୍ତ ବାହାରିବା ଓ ଅତି ସମ୍ବେଦନଶୀଳ ସ୍ଥାନରେ ଜୋତାର ଧୁଳି ଚିହ୍ନ ପ୍ରଭୃତିକୁ ଦେଖି ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି । ଘଟଣା ସମ୍ପର୍କରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିବା ଜଣାଯାଇଛି  । ଘସିପୁରା ପୁଲିସ କେସ୍ ନଂ ୩୯/୧୭ରେ ଏକ ମାମଲା ରୁଜୁ କରି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି  । ଏହାକୁ ନେଇ କେଶଦୁରାପାଳ ଅଞ୍ଚଳରେ ଉତ୍ତେଜନା ଲାଗିରହିଥିବାରୁ ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି  ।


Tags:
dead body /