ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ସଦାନନ୍ଦ ବିଭାର ହତ୍ୟା ମାମଲ: ୭ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

4th Feb 2017

ଭବାନୀପାଟଣା: ଲାଞ୍ଜିଗଡ଼ ବଣ୍ଡଖାଲି ସଦାନନ୍ଦ ବିଭାର ହତ୍ୟା ମାମଲାରେ ୭ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କଳାହାଣ୍ଡି ଜିଲା ଓ ଦୌରାଜଜ । ଏହା ସହିତ ଜରିମାନା ବାବଦକୁ ୫ହଜାର ଟଙ୍କା ଲେଖାଏଁ ଦେବାକୁ ସେମାନଙ୍କୁ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଜରିମାନା ଅର୍ଥ ନଦେଲେ ଅଧିକ ୬ ମାସ ଦଣ୍ଡ ଭୋଗିବାକୁ ପଡ଼ିବ ବେଳି କୋର୍ଟ ତାଙ୍କ ରାୟରେ କହିଛନ୍ତି । ଏହି ୭ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତୁ୍ୟ ହୋଇସାରିଛି । ତାଙ୍କ ନାମ ଲାଏ ମାଝି । ଅନ୍ୟମାନେ ହେଲେ ବଣ୍ଡଖାଲି ଗ୍ରାମର ଦାଲି ମାଝି(୨୭), ଲବ ମାଝି(୪୫), ଡମ୍ବରୁ ମାଝି(୩୫), ଡମ୍ବବୁ ମାଝି(୩୫), ନରି ମାଝି(୪୦) ଓ କୋଟବୁନେ୍ଦଲ ଗ୍ରାମର ଧନଫୁଲ ମାଝି(୪୫) । ୨୦୧୪ରେ ସଦାନନ୍ଦଙ୍କୁ ଖୁଣ୍ଟରେ ବାନ୍ଦି ହତ୍ୟା କରାଯାଇଥିଲା ।


Tags:
life imprisionment /