ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ଆରପାରିରେ କଳାର ପୂଜାରୀ ଅସୀମ ବସୁ

3rd Feb 2017

ଭୁବନେଶ୍ୱର: କଳାର ପୂଜାରୀ ତଥା ବିଶିଷ୍ଟ  ଚିତ୍ରଶିଳ୍ପୀ ରୂପେ ପରିଚିତ ଅସୀମ ବସୁଙ୍କ ପରଲୋକ ହୋଇଯାଇଛି ।  ମୃତୁ୍ୟ ବେଳକୁ ତାଙ୍କୁ ୮୨ବର୍ଷ ହୋଇଥିଲା । ଦୀର୍ଘଦିନ ହେଲା ସେ ଶ୍ୱାସରୋଗରେ ପୀଡିତ ହୋଇ କ୍ୟାପିଟାଲ ହସ୍ପିଟାଲର ଆସିୟୁରେ ଚିକିତ୍ସିତ ହେଉଥିଲେ । ଗୁରୁବାର ସନ୍ଧ୍ୟା ୫.୪୫ ମିନିଟରେ ତାଙ୍କର ସେଠାରେ ମୃତ୍ୟୁ ଘଟିିଛି  ।  ତାଙ୍କ ପରଲୋକରେ କଳା ଜଗତରେ ଏକ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ବସୁ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ଚକଡା ଗାଁରେ ଏକ ଜମିଦାର ପରିବାରରେ ତା. ୧୯୪୦ ମସିହା ନଭେମ୍ବର ମାସ ୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପରଲୋକ ଖରବ ପ୍ରସାରିତ ହେବା ପରେ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସସ୍କୃତି ବିଭାଗ କମିଶନର ମନୋରଞ୍ଜନ ପାଣିଗ୍ରାହୀ  ଓ ବହୁ କଳାପ୍ରେମୀମାନେ ହସ୍ପିଟାଲରେ ପହଞ୍ଚି ସ୍ୱର୍ଗତ ବସୁଙ୍କୁ ଶେଷ ଦର୍ଶନ କରିଛନ୍ତି । ସ୍ୱର୍ଗତ ବସୁ, ଯାହାଙ୍କ କାର୍ଯ୍ୟରେ ସୀମା ନଥାଏ । ଜୀବନରେ ବହୁ  ବାଧାବିଘ୍ନ ଆସିଛି ସତ ହେଲେ କେବେ ଗନ୍ତବ୍ୟ ପଥରୁ ହାରି ଯାଇନଥିଲେ ।   ଦୃଢ଼ ମନୋବଳ ପାଖରେ ହାର ମାନିଛି ତାଙ୍କ କଳାକୃତି ଓ ସଂସ୍କୃତି । ଦିନ ଥିଲା ତାଙ୍କ ପାଖକୁ ପୁରସ୍କାରର ସୁଅ ଛୁଟୁଥିଲା । ହେଲେ ଆଜି ସେ ଅଗଣିତ କଳାପ୍ରେମୀଙ୍କ  ଛାଡି ଚାଲିଯାଇଛନ୍ତି ଆରପାରିକୁ । ସ୍ୱର୍ଗତ ବସୁ ଦୀର୍ଘ ୩ ମାସ ହେବ ଶ୍ୱାସରୋଗରେ ଆକ୍ରାନ୍ତ ହୋଇ ମୃତୁ୍ୟ ସହିତ ସଂଗ୍ରାମ କରୁଥିଲେ ।  ଦୁଇଥର ହସ୍ପିଟାଲରେ ଆଡ୍ମିସନ କରି ଆଇୟୁସିୟୁରେ ଭର୍ତ୍ତି କରିଥିଲେ ।  ଏସମ୍ପର୍କୀତ ଖବର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧ଲକ୍ଷ ଟଙ୍କା ସହୟତା ଦେଇଥିଲା । ସ୍ୱର୍ଗତ ବସୁ  କଲିକତାରେ ଫାଇନ୍ ଆର୍ଟରେ ଡିପ୍ଲେମାରେ ପାସ୍ କରି ସରକାରୀ ଚାକିରି କରିଥିଲେ । ପରବର୍ତ୍ତି ମୁହୂର୍ତ୍ତରେ ସରକାରୀ ଚାକିରି ଛାଡି ମଞ୍ଚ ଓ ନାଟକ ନିଦେ୍ର୍ଧଶନା ଦେଇଥିଲେ ।  ନାଗଫାସ,ତଅପୋଇ ଓ ଯାଯାବର ପରି ଓଡ଼ିଆ ଚଳଚିତ୍ରରେ ନିଖୁଣ ଅଭିନୟ କରିଥିଲେ । ଏଥିସହିତ ଏକ ହଜାରରୁ ଅଧିକ ମଞ୍ଚ  ନିଦେ୍ର୍ଧଶନା ଦେଇଥିବା ବେଳେ ୧୦୦ରୁ ଅଧିକ ନାକଟ ନିଦେ୍ର୍ଧଶନା ଦେଇଛନ୍ତି ।


Tags:
asim basu /