ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

କାଷ୍ଟି କାଉଚ: ସଙ୍ଗୀତ ପରିଚାଳକଙ୍କ ବିରୋଧରେ କଣ୍ଠଶିଳ୍ପୀଙ୍କ ଅଭିଯୋଗ

3rd Feb 2017

ଭୁବନେଶ୍ୱର: ପୁଣି ଓଲିଉଡରେ ଉଠିଛି କାଷ୍ଟିଙ୍ଗ କାଉଚ ଘଟଣା । ଏଥର କାଷ୍ଟିଙ୍ଗ କାଉଚ ଘଟଣାରେ ଜଣେ ସଙ୍ଗୀତ ପରିଚାଳକ ଛନ୍ଦି ହୋଇଥିବା ଚର୍ଚ୍ଚା ହେଉଛି । ଏପରିକି ଜଣେ କଣ୍ଠଶିଳ୍ପୀ ସମ୍ପୃକ୍ତ ସଙ୍ଗୀତ ପରିଚାଳକଙ୍କ ନାମରେ ପ୍ରତାରଣା ନେଇ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଜଣେ ମହିଳା କଣ୍ଠଶିଳ୍ପୀ ନୂଆପଲ୍ଲୀ ଅଞ୍ଚଳରେ ଷ୍ଟୁଡିଓ ଥିବା ଜଣେ ସଙ୍ଗୀତ ପରିଚାଳକଙ୍କ ନାମରେ କାଷ୍ଟିଙ୍ଗ କାଉଚ ପ୍ରସଙ୍ଗ ନେଇ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ଏପରିକି ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖିବା ପରେ ସଙ୍ଗୀତ ପରିଚାଳକ ତାଙ୍କୁ ପ୍ରତାରଣା କରିଛନ୍ତି ବୋଲି କଣ୍ଠ ଶିଳ୍ପୀ ଜଣକ ଅଭିଯୋଗ କରିଛନ୍ତି ।


Tags:
casting couch /