ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ମୋହନଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

25th Jan 2017

ଭୁବନେଶ୍ୱର : ଅଦମ୍ୟ ସାହସ ପାଇଁ ଶିଶୁ ସାହସିକତା ପୁରସ୍କାରରେ ସମ୍ମାନିତ ଓଡ଼ିଶାର ବାଳକ ମୋହନ ସେଠୀଙ୍କୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦିନ ତାଙ୍କର ସରକାରୀ ବାସଭବନରେ ଭେଟିବା ଅବସରରେ ଅଭିନନ୍ଦନ ଜଣାଇଛନ୍ତି  । ଏହି ଶିଶୁ ସାହସିକତା ପୁରସ୍କାର ହାସଲ କରି ମୋହନ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି  । ମୋହନ ଓଡ଼ିଶାର ପିଲାମାନଙ୍କର ପ୍ରେରଣାର ସ୍ରୋତ ହେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି  । ସୂଚନା ଯୋଗ୍ୟ, ମୋହନ ତାଙ୍କ ସାଙ୍ଗ ପିଲାଙ୍କୁ ନଦୀରେ ବୁଡ଼ିଯାଉଥିବା ବେଳେ ସାହସ ପ୍ରଦର୍ଶନ କରି ତାଙ୍କର ଜୀବନ ରକ୍ଷା କରିଥିଲେ  । ପୁରସ୍କାର ଗ୍ରହଣ କରିବା ପରେ ମୋହନ ସୈନିକ ହେବା ପାଇଁ ଲକ୍ଷ୍ୟ ରଖିଥିବା କହିଛନ୍ତି  । ମୋହନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମାନିତ କରିଥିଲେ  ।


Tags:
dharmendra pradhan /