ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ଡିସେମ୍ବର ସୁଦ୍ଧା ଟିକସରୁ ଆଦାୟ ହୋଇଛି ୮୭୫୯ କୋଟି ଟଙ୍କା

13th Jan 2017

ଭୁବନେଶ୍ୱର: ଚଳିତ ବର୍ଷ ଡିସେମ୍ବର ୩୧ ସୁଦ୍ଧା ଟିକସରୁ ୮୭୫୯ କୋଟି ଟଙ୍କା ଆଦାୟ ହୋଇଛି  । ଅର୍ଥ ବିଭାଗ ଦ୍ୱାରା ପ୍ରତ୍ୟେକ୍ଷ ଭାବେ ସଂଗ୍ରହ କରାଯାଉଥିବା ମୂଲ୍ୟଯୁକ୍ତ ଟ୍ୟାକ୍ସ ଏବଂ ବିକ୍ରିକର ଆଦାୟରେ ଚଳିତ ଆର୍ଥିକ ବର୍ଷ ଡିସେମ୍ବର ୩୧ ସୁଦ୍ଧା ଗତବର୍ଷ ଠାରୁ ୧୩% ଅଭିବୃଦ୍ଧି ଘଟିଛି  । 

ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥ ବିଭାଗ ବାର୍ଷିକ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି  । ଏହାଛଡ଼ା ୨୦୧୬ରେ ଜାତୀୟ ଭତ୍ତା ଯୋଜନା ଏନପିଏସ୍ରେ ଅନ୍ତର୍ଭୁକ୍ତିକରଣ ଏବଂ ସମ୍ବନ୍ଧିତ ତଥ୍ୟର ପରିଚାଳନା ନିମନ୍ତେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର ମିଳିଛି  । ଓଡ଼ିଶାର ଆଇଏଫ୍ଏମ୍ଏସ୍କୁ ଏକ ଜାତୀୟସ୍ତରର ବେସରକାରୀ ସଂସ୍ଥା ସିଏସ୍ଆଇ ନିହିଲେଣ୍ଟ ଶ୍ରେଷ୍ଠ ବିବେଚନା କରିଛନ୍ତି ଏବଂ ଏଥିପାଇଁ ଓଡ଼ିଶାକୁ ପୁରସ୍କୃତ କରିବା ନିମନ୍ତେ ଚୂଡ଼ାନ୍ତ କରିଛନ୍ତି  । ରାଜ୍ୟକୁ ଏହି ପୁରସ୍କାର ୨୦୧୭ ଜାନୁଆରୀ ୨୪ ତାରିଖ ଦିନ କୋଇମ୍ବାଟୁରଠାରେ ଦିଆଯିବ ବୋଲି ଅର୍ଥ ବିଭାଗ ପ୍ରମୁଖ ସଚିବ ତୁହିନ୍କାନ୍ତ ପାଣ୍ଡେ କହିଛନ୍ତି ।

ରାଜ୍ୟର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ଆନୁଷ୍ଠାନିକ ସଂସ୍କାର ଓ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଆରୋପ କରାଯାଇଛି  । ବର୍ତ୍ତମାନ ସୁଦ୍ଧା ରାଜ୍ୟର ରାଜସ୍ୱ ବଳକା ସ୍ଥିତି ସମୁଦାୟ ଘରୋଇ ଉପôାଦନର ୧.୭% ରହିଛି  । ବଜେଟ୍ ନିଅଣ୍ଟ ସ୍ଥିତି ଅନୁମୋଦିତ ସ୍ତରଠାରୁ ୨% ତଳେ ଅଛି ଯାହାକି ଏକ ଶୁଭ ସଂକେତ  । ସେହିପରି ରାଜ୍ୟର ଋଣ ପରିମାଣ ମଧ୍ୟ କମ୍ ରହିଛି  । ଏହା ସମୁଦାୟ ଘରୋଇ ଉପôାଦନର ୧୪% ମଧ୍ୟରେ ରହିଛି  । ଏ କ୍ଷେତ୍ରରେ ଅନୁମୋଦିତ ସ୍ତର ସମୁଦାୟ ଘରୋଇ ଉପôାଦନର ୨୫%  । ରାଜ୍ୟର ରାଜସ୍ୱ ଏବଂ ସମୁଦାୟ ଘରୋଇ ଉପôାଦନ ଅନୁପାତ ୭%ରେ ପହଞ୍ଚôଛି  । ରାଜ୍ୟରେ ପୁଞ୍ଜି ବରାଦ ଏବଂ ଘରୋଇ ଉପôାଦନର ଅନୁପାତ ୪% ରହିଛି  ।

ବୈଠକରେ ଅର୍ଥବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହୋଇଥିଲା  । ବଜେଟ୍ ପରିଚାଳନା, କୋଷାଗାର ପରିଚାଳନା, ଋଣ ଓ ଗ୍ୟାରେଣ୍ଟି ପରିଚାଳନା, ପେନ୍ସନ୍ ନିୟାମକ ଏବଂ ପେନ୍ସନ୍ ପ୍ରଦାନ, କେନ୍ଦ୍ରସରକାର, ରିଜର୍ଭ ବ୍ୟାଙ୍କ ଏବଂ ଏଜିଙ୍କ ସହ ସମନ୍ୱୟ ଆଦି କ୍ଷେତ୍ରରେ ୨୦୧୫-୧୬ ଆର୍ଥିକ ବର୍ଷରେ ଅର୍ଥବିଭାଗର କାର୍ଯ୍ୟାବଳୀ ଗୁଡ଼ିକର ସମୀକ୍ଷା ହୋଇଥିଲା  । ସଂସ୍କାରମୂଳକ ପଦକ୍ଷେପର କାର୍ଯ୍ୟାନ୍ୱୟନକ୍ଷେତ୍ରରେ ବିଭାଗର ସଫଳତାକୁ ପ୍ରଶଂସା କରିବା ସହ ଆଗାମୀ ଆର୍ଥିକ ବର୍ଷରେ ସେଗୁଡ଼ିକର ଗୁଣାତ୍ମକ ଓ ପରିମାଣାତ୍ମକ ଅଭିବୃଦ୍ଧି ହାସଲ କରିବା ପାଇଁ ମୁଖ୍ୟଶାସନ ସଚିବ ଶ୍ରୀ ପାଢ଼ୀ ଅର୍ଥ ବିଭାଗର ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ  ।

ପରେ ସାମ୍ବାଦିକମାନଙ୍କୁ ମୁଖ୍ୟସଚିବ ଶ୍ରୀ ପାଢ଼ୀ କହିଲେ ଯେ, ଅର୍ଥ ବିଭାଗ କେତେକ ପ୍ରମୁଖ ସଂସ୍କାରମୂଳକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ଯେଉଁଥିରେ ସମନ୍ୱିତ ଆର୍ଥିକ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି  ।

ଶ୍ରୀ ପାଣ୍ଡେ କହିଲେ ଯେ,  ଅର୍ଥ ବିଭାଗ ଦ୍ୱାରା ୧୯୩୬-୩୭ ଆର୍ଥିକ ବର୍ଷଠାରୁ ଆରମ୍ଭ କରି ୮୦ ବର୍ଷର ବଜେଟ୍ ଭାଷଣକୁ ଡିଜିଟାଇଜ୍ କରାଯାଇ ଓଡ଼ିଶା ବଜେଟ୍ ପ୍ରସ୍ତୁତିର ଏକ ଦସ୍ତାବିଜ୍ ସଂକଳନ କରାଯାଇଛି  । ୩ ମାସରୁ ଅଧିକ ପୁରୁଣା ପେନ୍ସନ୍ କେସ୍ ଗୁଡ଼ିକର ଫଇସଲା କ୍ଷେତ୍ରରେ ଶତପ୍ରତିଶତ ସଫଳତା ହାସଲ କରାଯାଇଛି  । ଅର୍ଥ ବିଭାଗ ଦ୍ୱାରା ପ୍ରତ୍ୟେକ୍ଷ ଭାବେ ସଂଗ୍ରହ କରାଯାଉଥିବା ମୂଲ୍ୟଯୁକ୍ତ ଟ୍ୟାକ୍ସ ଏବଂ ବିକ୍ରିକର ଆଦାୟରେ ଚଳିତ ଆର୍ଥିକ ବର୍ଷ ଡିସେମ୍ବର ୩୧ ସୁଦ୍ଧା ଗତବର୍ଷ ଠାରୁ ୧୩% ଅଭିବୃଦ୍ଧି ଘଟିଛି  । ଚଳିତ ବର୍ଷ ଡିସେମ୍ବର ୩୧ ସୁଦ୍ଧା ଏହି ଟିକସରୁ ମୋଟ ୮୭୫୯ କୋଟି ଟଙ୍କା ଆଦାୟ ହୋଇଛି  ।  ଭାରତୀୟ ତୈଳ ନିଗମର ଟିକସ ବାହାରେ ଏହା ଆଦାୟ ହୋଇଛି  । ଏହି ନିଗମ ପାଖରେ ରାଜ୍ୟର ଟିକସ ଦେୟ ଭାବେ ପ୍ରାୟ ୧୩୦୦ କୋଟିରୁ ଊଦ୍ଧ୍ୱର୍ ଟଙ୍କା ରହିଛି ବୋଲି ଜଣାପଡ଼ିଛି  ।

ଅର୍ଥ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଅଶୋକ କୁମାର ମୀନା, ବାଣିଜ୍ୟକର କମିଶନର ଶାଶ୍ୱତ ମିଶ୍ର, ଅର୍ଥ ବିଭାଗ ଅତିରିକ୍ତ ଶାସନ ସଚିବ ଦେବେନ୍ଦ୍ର କୁମାର ଜେନାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ  ।


Tags:
tax collection /