ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

୧୫ରୁ ଏକାଦଶ ତୋଷାଳି ମେଳା : ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ

14th Dec 2016

ଭୁବନେଶ୍ୱର : ରାଜ୍ୟ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଡିସେମ୍ବର ୧୫ରୁ ୨୭ ତାରିଖ ପର୍ଯ୍ୟନ୍ତ ୧୩ ଦିନ ବ୍ୟାପୀ ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଏକାଦଶ ତୋଷାଳି କ୍ରାଫ୍ଟ ମେଳା ଅନୁଷ୍ଠିତ ହେବ  । ଏଥିରେ ରାଜ୍ୟ ଭିତରୁ ଓ ରାଜ୍ୟ ବାହାରୁ ୩୫୦ରୁ ଅଧିକ କାରିଗର ଓ ବୁଣାକାର ଅଂଶଗ୍ରହଣ କରିବେ  । ଓଡ଼ିଶା ସମେତ ୨୫ଟି ରାଜ୍ୟରୁ କାରିଗରମାନେ ଅଂଶ ଗ୍ରହଣ କରିବେ  । କେନ୍ଦ୍ର ସରକାରଙ୍କ ହସ୍ତଶିଳ୍ପ ଉନ୍ନୟନ କମିଶନଙ୍କ ଓ ହସ୍ତତନ୍ତ ଉନ୍ନୟନ କମିଶନରଙ୍କ ଦ୍ୱାରା ପ୍ରଯୋଜିତ ୧୫୦ରୁ ଅଧିକ ହସ୍ତଶିଳ୍ପ ଓ ବୁଣାକାର ଅଂଶଗ୍ରହଣ କରିବାକୁ ଥିବାବେଳେ ଓଡ଼ିଶାରୁ ୨୦୦ଜଣ ଅଂଶ ଗ୍ରହଣ କରିବେ  । ଚଳିତ ବର୍ଷ ହସ୍ତଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ଚାନ୍ଦୁଆ କାମକୁ ନେଇ ଥିମ୍ ପାଭିଲିୟନ୍ର ପରିକଳ୍ପନା କରାଯାଇଛି ବୋଲି ବୟନ, ହସ୍ତତନ୍ତ୍ରୀ ଓ ହସ୍ତଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି  ।

ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀମତୀ ଛୁରିଆ କହିଥିଲେ ଯେ, ଡିସେମ୍ବର ୧୫ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ତୋଷାଳି ମେଳାକୁ ଉଦ୍ଘାଟନ କରିବାକୁ ଥିବାବେଳେ ସମ୍ମାନିତ ଅତିଥି ଭାବେ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱର ସାଂସଦ ଡଃ. ପ୍ରସନ୍ନ ପାଟଶାଣୀ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର ଓ ବିଏମ୍ସି ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ରହିବେ  । ବିଭାଗୀୟ ଶାସନ ସଚିବ ଚିତ୍ରା ଅରୁମୁଗମ କହିଥିଲେ ଯେ, ଏହି ବୃହତ୍ତମ ହସ୍ତଶିଳ୍ପ ମେଳାକୁ  ଆୟୋଜନ କରିବା ପାଇଁ ଚଳିତ ଆର୍ଥିକ ବର୍ଷରେ ୨ କୋଟି ୪୫ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି  । ହସ୍ତଶିଳ୍ପ ଆୟୁକ୍ତଙ୍କ ତରଫରୁ ୧୮ଲକ୍ଷ ଟଙ୍କା ଏବଂ ହସ୍ତତନ୍ତ ଆୟୁକ୍ତଙ୍କ ପକ୍ଷରୁ ୧୦ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି  । ଚଳିତ ବର୍ଷ ୧୬ କୋଟିରୁ ଅଧିକ କାରବାର ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ମେଳାରେ ସମୁଦାୟ ୪୦୦ଟି ଷ୍ଟଲ୍ ଖୋଲାଯିବ  । ତନ୍ମଧ୍ୟରୁ ୨୪୦ଟି ହସ୍ତଶିଳ୍ପ, ୧୧୦ଟି ହସ୍ତତନ୍ତ, ୩୦ଟି ଫୁଡ଼କୋଟ ଷ୍ଟଲ୍ ଓ ଏନ୍ଆଇଏଫ୍ଟି ସମେତ ସାତଟି ଶିକ୍ଷାନୁଷ୍ଠାନ ଷ୍ଟଲ୍ ଖୋଲିବେ  । ୧୩ଦିନ ବ୍ୟାପି ମେଳାରେ ରାଜ୍ୟ ସଂସ୍କୃତି ବିଭାଗ ଅଧିନସ୍ଥ ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀ ସହଯୋଗରେ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ  । ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରସିଦ୍ଧ କଣ୍ଠଶିଳ୍ପୀ କ୍ରିଷ୍ଣାମୂର୍ତ୍ତି ଡିସେମ୍ବର ୨୫ ତାରିଖରେ ସନ୍ଧ୍ୟାରେ ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି  । ବୈଠକରେ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ଯୁଗ୍ମ ଶାସନ ସଚିବ ରାଜା ପରିଜା, ଅତିରିକ୍ତ ସଚିବ ବାବାଜୀ ଚରଣ ଦାସ, ନିଦେ୍ର୍ଧଶିକା ସଂଘମିତ୍ରା କାନୁନ୍ଗୋ ପ୍ରମୁଖ ଉପସ୍ଥିତ ଥିଲେ  ।


Tags:
toshali craft fair /