ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ପିକନିକ ଗାଡି ଦୁର୍ଘଟଣାରେ ୨୦ ଆହତ

10th Dec 2016

ସୋର: ପିକ୍ନିକ୍ ଗାଡ଼ି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଛନ୍ତି । ଏଥିରେ ୫ ଜଣ ଗୁରୁତର ହୋଇଥିବା ବେଳେ ସମସ୍ତଙ୍କୁୁୁ  ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରଥମେ ଆହତମାନଙ୍କୁ ଈଶ୍ୱରପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ସୋର ଡାକ୍ତରଖାନାକୁ ପଠାଯାଇଛି । ଦୁର୍ଘଟଣାର ଖବର ମିଳିବା ପରେ ସୋର ଡାକ୍ତରଖାନା ଲୋକାରଣ୍ୟ ହୋଇଛି । 

 ଆଜି ସୋର ବ୍ଲକ ଅନନ୍ତପୁର ପଞ୍ଚାୟତ ମୂଳକାଇଦା ଗ୍ରାମର ୨୬ ଜଣ ଯୁବକ ଏକ ଟାଟା ଏସିଇ ଗାଡ଼ିରେ ପଞ୍ଚଲିଙ୍ଗେଶ୍ୱର ପିକ୍ନିକ୍ କରିବାକୁ ଯାଇଥିଲେ । ଫେରିବା ବେଳେ ଔପଦା ବ୍ଲକ ଈଶ୍ୱରପୁର ପଞ୍ଚାୟତ ମୁଗୁନିପୁର ଛକରେ ଏକ ଟ୍ରକ୍କୁ ସାଇଡ୍  ଦେବାକୁ ଯାଇ ଟାଟା ଏସିଇ ଭାରସାମ୍ୟ ହରାଇ ନୟନଯୋରିକୁ ଓଲଟି ପଡ଼ିଥିଲା । ସେତେବେଳେ ଗାଡ଼ିରେ ଡ୍ରାଇଭର ସମେତ ୨୦ ଜଣ ଥିବା ବେଳେ ଅନ୍ୟମାନେ ବାଇକ୍ରେ ପଛେପଛେ ଆସୁଥିଲେ । ଦୁର୍ଘଟଣାପରେ ଡ୍ରାଇଭର ଅନ୍ୟମାନଙ୍କ ସହାୟତାରେ ଗାଡ଼ିକୁ ଉଠାଇ ଆହତମାନଙ୍କୁ ଈଶ୍ୱରପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରେ ପ୍ରାଥମିକ ଚିକି୍ତ୍ସା ପରେ ଆହତମାନଙ୍କୁ ସୋର ଡାକ୍ତରଖାନାକୁ ରେଫର କରାଯାଇଥିଲା । ସୋର ଦମକଳ ବାହିନୀ, ୧୦୮ ଆମ୍ବୁଲାନ୍ସ, ଘରୋଇ ଗାଡ଼ି ଓ ବାଇକ୍ ସାହାଯ୍ୟରେ ଆହତମାନଙ୍କୁ ସୋର ପଠାଯାଇଥିଲା । ଏହି ଦୁର୍ଘଟଣାରେ ଡ୍ରାଇଭରର କିଛି କ୍ଷତି ହୋଇନଥିବା ବେଳେ ଗାଡ଼ିରେ ଥିବା ଅନ୍ୟମାନେ ଉଣାଅଧିକେ ଆହତ ହୋଇଛନ୍ତି । ସେଥିମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଦୁର୍ଘଟଣାରେ ବାବୁ ବେହେରାଙ୍କ ସମେତ ୫ ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ୧୨ ଜଣଙ୍କ ଛାତିି, ହାତ, ଗୋଡ଼ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଡ୍ରାଇଭର ସମେତ ଅନ୍ୟ ୩ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଆହତମାନେ ହେଲେ ପ୍ରଦୀପ କୁମାର ସାହୁ, ରାଜେଶ ପାଣିଗ୍ରାହୀ, ସତ୍ୟନାରାୟଣ ପଣ୍ଡା, ରଘୁନାଥ ବେହେରା, ରିଙ୍କୁ ପାଣିଗ୍ରାହୀ, ଦିଲ୍ଲୀପ କୁମାର ସାହୁ, ଦୁର୍ଗା ପାଣିଗ୍ରାହୀ, ଅରୁଣ ସାହୁ, ଦୀନକୃଷ୍ଣ ସାହୁ, ତାରାନାଥ ପଣ୍ଡା, ସୁଧାଂଶୁ ନାୟକ, ମାଧବ ସାହୁ, ତରୁଣ ବେହେରା, ବାବୁ ବେହେରା, ମାନସ ପାଣିଗ୍ରାହୀ, ଜିତେନ୍ଦ୍ର ବେହରା, ବାବୁ ପାଣିଗ୍ରାହୀ(ଡ୍ରାଇଭର) । ସମସ୍ତଙ୍କ ବୟସ ୨୫ରୁ ୩୦ ବର୍ଷ ମଧ୍ୟରେ ହେବ । ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।


Tags:
picnic accident /