ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ଭିଜିଲାନ୍ସ ଜାଲରେ ତହସିଲ ମୁଖ୍ୟ କିରାଣି

7th Dec 2016

ସୋର : ୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ସୋର ତହସିଲର ମୁଖ୍ୟ କିରାଣି । ସୋର ଥାନା ମୂଳିସିଂ ପଞ୍ଚାୟତ ସାମପୁର ଗ୍ରାମର ଜଗବନ୍ଧୁ ଉପାଧ୍ୟାୟ ତାଙ୍କର ବେବନେ୍ଦାବସ୍ତି ଜମିକୁ ନାମ ଜାରି କରିବା ପାଇଁ ସୋର ତହସିଲରେ ଆବେଦନ କରିଥିଲେ । ଦୀର୍ଘଦିନ ଧରି ତହସିଲକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଥିଲେ ମଧ୍ୟ ତାଙ୍କର କାର୍ଯ୍ୟ ହୋଇନଥିଲା । ତହସିଲର ମୁଖ୍ୟ କିରାଣୀ ବସନ୍ତ କୁମାର ମହାନ୍ତିଙ୍କୁ ଅନୁରୋଧ କରିବାରୁ କିରାଣି ଶ୍ରୀ ମହାନ୍ତି ଏ ବାବଦକୁ ୨ହଜାର ଟଙ୍କା ଦେଲେ ତୁରନ୍ତ କାର୍ଯ୍ୟ ହୋଇଯିବା ବୋଲି ପ୍ରକାଶ କରିଥିଲେ ।  ଏଥିରେ ଜଗବନ୍ଧୁ ଭିଜିଲାନ୍ସ ବିଭାଗରେ ଆଶ୍ରୟ ନେଇଥିଲେ । ବାଲେଶ୍ୱର ଭିଜିଲାନ୍ସ ଏସପି ସୁନୀଲ କୁମାର ସେନାପତିଙ୍କ ଠାରୁ ନିଦେ୍ର୍ଧଶ ପାଇ ଜଗବନ୍ଧୁ ମୁଖ୍ୟ କିରାଣୀ ଶ୍ରୀ ମହାନ୍ତିଙ୍କୁ ଲାଞ୍ଚ ଦେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ରହିଥିବା ଭିଜିଲାନ୍ସର ୫ଜଣିଆ ଟିମ ଚଢ଼ାଉ କରିଥିଲେ । ଏହି ଚଢ଼ାଉରେ ମୁଖ୍ୟ କିରାଣୀ ଶ୍ରୀ ମହାନ୍ତିଙ୍କୁ ଗିରଫ କରିବା ସହିତ ୨ହଜାର ଟଙ୍କା ଜବତ କରାଯାଇଛି । ଡିଏସପି ମଧୁସୂଦନ ବେହେରାଙ୍କ ନେତୃତ୍ୱରେ ଅନିରୁଦ୍ଧ ନାୟକ, ମାନସୀ ଜେନା, ଭ୍ରମରବର ବେହେରା ପ୍ରମୁଖ ଏହି ଚଢ଼ାଉରେ ସାମିଲ ହୋଇଥିଲେ । ପରେ ମୁଖ୍ୟ କିରାଣି ଶ୍ରୀ ସାହୁଙ୍କ ବାସଭବନ ଖନ୍ତାପଡ଼ା ଥାନା ରାମନଗର  ଗ୍ରାମରେ ଚଢ଼ାଉ କରିଥିବା ଡିଏସପି ମଧୁସୂଦନ ବେହେରା ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ସୋର ତହସିଲର ପୂର୍ବତନ ତହସିଲଦାର ନିରାକାର ପରିଡ଼ା ମଧ୍ୟ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ।


Tags:
balesore / vigilance /