ଜେଲ୍ ଯିବେ ଶଶିକଳା   |   ଓଡ଼ିଶାର ପ୍ରଶଂସା କଲେ ମୋଦି   |   ଅନୁଭବଙ୍କ ଦ୍ୱାରା ସରକାରୀ ହାଲିକାପ୍ଟରର ଅପବ୍ୟବହାର ଅଭିଯୋଗ   |   ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ   |   

ନବୀନଙ୍କ ଜିତାପଟ

20th Nov 2015

ଚାଷୀ ରାଜନୀତିରେ ନବୀନ ପ୍ରଥମ ବାଜି ଜିତିଛନ୍ତି । ପ୍ରତିଦିନ ବିରୋଧୀ ଯେପରି ସରକାରଙ୍କୁ ପ୍ରଚଣ୍ଡ ଆକ୍ରମଣ କରୁଥିଲେ, ତା’ର ଉଚିତ ଜବାବ ଦେଇଛନ୍ତି ନବୀନ । ସୋହେଲା ସଭାର ଘୋଷଣାକୁ ଐତିହାସିକ ବୋଲି କୁହାଯାଉଛି । ସ୍ୱାଧୀନୋତର ଓଡିଶାରେ ଚାଷୀଙ୍କ ପାଇଁ ଏପରି ଘୋଷଣା କେବେ ହୋଇ ନଥିଲା । ସବୁଠାରୁ ବଡ଼ କଥା ହେଲା ବିରୋଧୀଙ୍କ ହାତରୁ ଇସ୍ୟୁ ଛଡ଼ାଇ ନେଲେ ନବୀନ । ସୋହେଲା ସଭାର ଠିକ୍ ପୂର୍ବଦିନ କଂଗ୍ରେସ ତରଫରୁ ପ୍ରଶ୍ନ କରାଯାଇଥିଲା ଯେ ଚାଷୀଙ୍କୁ ୧ ପ୍ରତିଶତ ସୁଧରେ ସରକାର ଋଣ ଦେବେ କି? ଏବଂ ନବୀନଙ୍କ ଘୋଷଣାନାମାରେ ଏହା ହିଁ ସ୍ଥାନ ପାଇଥିଲା ଏବେ ବିରୋଧୀ ପୁଣି କିପରି ଘେରିବେ ସେ ମଉକା ଖୋଜୁଛନ୍ତି । କାରଣ ଚାଷୀ ଆତ୍ମହତ୍ୟା ଯଦି ହେଉଛି, େତେବେ ଏହା ପ୍ରାଥମିକ ଭାବେ ମରୁଡ଼ି ଜନିତ । ଫଳ ନଫଳିବାରୁ ଚାଷୀ ମୁଣ୍ଡରେ ଚିନ୍ତା ବଢ଼ିଲା ଯେ ସେ ଋଣ କିପରି ଶୁଝିବ!!! ଏବଂ ଏହା ସମସ୍ତେ ଜାଣନ୍ତି ଯେ ବର୍ଷା ହେବା ନହେବା ନବୀନଙ୍କ ହାତରେ ନଥିଲା । ତେଣୁ ମରୁଡ଼ି ପାଇଁ ନବୀନଙ୍କୁ ଦୋଷୀ କରିବା ପାଇଁ ଯେପରି ବିରୋଧୀ ବଦ୍ଧପରିକର ଥିଲେ, ସେ ବାଣ ସେମାନଙ୍କ ହାତରୁ ଖସି ଯାଇଛି । ପୁଣି ଆଗାମୀ ୫ ବର୍ଷରେ ପଶ୍ଚିମ ଓଡ଼ିଶା ଚାଷୀଙ୍କ ପାଇ ୩୫ଶହ କୋଟି ଖର୍ଚ୍ଚର୍ ହେବ ବୋଲି ଯେପରି ଭାବେ ନବୀନ ଘୋଷଣା କଲେ, ତାହା ମଧ୍ୟ ପଶ୍ଚିମ ଓଡ଼ିଶାରେ ଗଢ଼ି ଉଠୁଥିବା ଅଲଗାବାଦ ଉପରେ ରୋକ ଲଗାଇଛି । ଗୋଟିଏ ଗୁଳିରେ ଦୁଇଟି ଶୀକାର କରିଛନ୍ତି ନବୀନ । ପଶ୍ଚିମ ଓଡ଼ିଶାରେ କଂଗ୍ରେସ ଓ ବିଜେପିର ବଢ଼ୁଥିବାର ସକ୍ରିୟ ରାଜନୈତିକ କାର୍ଯ୍ୟକଳାପ ଉପରେ ରୋକ ଲଗାଇବାରେ ସଫଳ ହୋଇଛନ୍ତି ସେ ।


Tags:
nabin pattanaik /